ଶୁକ୍ରବାର ଶେଷ ହେଉଛି ଆଂଶିକ ଲକଡାଉନ, ୧୬ ପରେ କଟକଣା ମୁକ୍ତ ହେବ କି ସାରା ରାଜ୍ୟ ?
ଜୁଲାଇ ୧୬ରେ ସରୁଛି ରାଜ୍ୟରେ ଆଂଶିକ ଲକ୍ଡାଉନ୍ କଟକଣା ଅବଧି। ଏହାପରେ କଣ ହେବ ପରବର୍ତ୍ତୀ କଟକଣା । ୧୬ ପରେ କଟକଣା ମୁକ୍ତ ହେବ କି ସାରା ରାଜ୍ୟ ? ଏହାକୁ ନେଇ ସାରା ରାଜ୍ୟରେ କଳ୍ପନା ଜଳ୍ପନା ଲାଗି ରହିଛି ।
ଭୁବନେଶ୍ୱର: ଜୁଲାଇ ୧୬ରେ ସରୁଛି ରାଜ୍ୟରେ ଆଂଶିକ ଲକ୍ଡାଉନ୍ କଟକଣା ଅବଧି। ଏହାପରେ କଣ ହେବ ପରବର୍ତ୍ତୀ କଟକଣା । ୧୬ ପରେ କଟକଣା ମୁକ୍ତ ହେବ କି ସାରା ରାଜ୍ୟ ? ଏହାକୁ ନେଇ ସାରା ରାଜ୍ୟରେ କଳ୍ପନା ଜଳ୍ପନା ଲାଗି ରହିଛି । ରାଜ୍ୟରେ ଦୈନିକ ସଂକ୍ରମଣ କମୁଥିବା ବେଳେ ଲକଡାଉନ୍ କୋହଳ ହେବା ନେଇ ସାଧାରଣରେ ଆଶା ପ୍ରକାଶ ପାଇଛି । ତେବେ ଉପକୂଳ ଜିଲ୍ଲା ବିଶେଷକରି କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସବୁଠୁ ଅଧିକ ରହୁଥିବାରୁ ସରକାରଙ୍କ ଫୋକସରେ ରହିଛି ଏହି ଦୁଇ ଜିଲ୍ଲା ।

ବିଶେଷ କରି ସବୁ ଜିଲ୍ଲାରେ ଏଯାଏ ବସ୍ ସେବା ଆରମ୍ଭ ହୋଇନଥିବା ବେଳେ ଜିମ୍, ବିୟୁଟି ପାର୍ଲର, ମଲ୍ ଆଦି ବନ୍ଦ ରହିଛି। ସାମଗ୍ରିକ ଭାବେ ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି କାଟେଗୋରୀ-B ଜିଲ୍ଲାରେ ଆସୁଥିବା କଟକ, ଖୋର୍ଦ୍ଧା ଓ ପୁରୀ ସ୍ଥିତି ଏବେ ବି ଚିନ୍ତାଜନକ ରହିଛି। ବିଶେଷ କରି ଭୁବନେଶ୍ୱର ଓ କଟକ ମହାନଗରରେ ପଜିଟିଭ୍ ସଂଖ୍ୟା ଆଖିଦୃଶିଆ ଭାବେ କମୁନାହିଁ। ତେଣୁ ଅନ୍ଲକ୍ ପ୍ରକ୍ରିୟାକୁ ଗଲାବେଳେ ଏହି ୨ ସହର ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି ପ୍ରସ୍ତୁତ ହୋଇପାରେ।
ଅନ୍ୟପକ୍ଷରେ, ଜୁଲାଇ ୧୫ ପରେ ବି ସାରା ରାଜ୍ୟରେ ଧର୍ମାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସମ୍ଭାବନା ରହିଛି। ସେହିପରି ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ସଭାସମିତିକୁ ଏବେ ଅନୁମତି ଦିଆଯାଇ ନପାରେ। ତେବେ ମଲ୍, ପାର୍ଲର, ସ୍ପା, ସାଲୁନ୍, ଜିମ୍, ସୁଇମିଂ ପୁଲ୍ ଓ ସବୁ ଜିଲ୍ଲାରେ ବସ୍ ଚଳାଚଳକୁ ଗାଇଡ୍ଲାଇନ୍ ସହ ଖୋଲିବାକୁ ଅନୁମତି ମିଳିପାରେ।












Click it and Unblock the Notifications