କଣ ରହିବ ଭୁବନେଶ୍ୱର ଏମ୍ସର ନୂଆ ନାମ ?

କଣ ରହିବ ଭୁବନେଶ୍ୱର ଏମ୍ସର ନୂଆ ନାମ ? କେଉଁ ନାମରେ ନାମିତ ହେବ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଏମ୍ସ ? ଏହାକୁ ନେଇ ଜୋର ଧରିଛି ଆଲୋଚନା । ବିଭିନ୍ନ ବର୍ଗ ଭିନ୍ନ ଭିନ୍ନ ପ୍ରସ୍ତାବ ଦେଉଛନ୍ତି ।

ଭୁବନେଶ୍ୱର: କଣ ରହିବ ଭୁବନେଶ୍ୱର ଏମ୍ସର ନୂଆ ନାମ ? କେଉଁ ନାମରେ ନାମିତ ହେବ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଏମ୍ସ ? ଏହାକୁ ନେଇ ଜୋର ଧରିଛି ଆଲୋଚନା । ବିଭିନ୍ନ ବର୍ଗ ଭିନ୍ନ ଭିନ୍ନ ପ୍ରସ୍ତାବ ଦେଉଛନ୍ତି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଦେଶରେ ଥିବା ବିଭିନ୍ନ ସ୍ଥାନରେ ଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଏମ୍ସର ନାମ ପରିବର୍ତ୍ତନ ହେବ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଏକ ପ୍ରସ୍ତାବ ବିଚାରାଧୀନ ରହିଛି । ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ ତା'ହେଲେ ଦିଲ୍ଲୀ ସମେତ ଦେଶରେ ୨୩ଟି ଯାକ ଏମ୍‌ସର ନାମ ବଦଳି ଯିବାର ସମ୍ଭାବନା ରହିଛି । ‌

Bhubaneswar AIIMS

ସ୍ବାସ୍ଥ୍ୟ ମନ୍ତ୍ରାଳୟର ପ୍ରସ୍ତାବ ଅନୁଯାୟୀ, ଏମ୍‌ସଗୁଡ଼ିକର ନାମ ସ୍ଥାନୀୟ ଅଞ୍ଚଳର ଖ୍ୟାତିସମ୍ପନ୍ନ ବ୍ୟକ୍ତି, ସ୍ବାଧୀନତା ସଂଗ୍ରାମୀଙ୍କ ନାମରେ କିମ୍ବା ଐତିହାସିକ ଘଟଣା କିମ୍ବା ସ୍ମାରକୀ ନାମରେ ନାମିତ କରାଯିବ। ୨୩ଟି ଏମ୍‌ସ ମଧ୍ୟରୁ ଅଧିକାଂଶ ଏମ୍‌ସ ନୂଆ ନାମ ସଂକ୍ରାନ୍ତ ତାଲିକା ଦାଖଲ କରିସାରିଛନ୍ତି। ଅଧିକାଂଶ ୩ରୁ ୪ଟି ଲେଖାଏଁ ନାମ ପ୍ରସ୍ତାବରେ ଦେଇଛନ୍ତି । ଏମ୍‌ସଗୁଡ଼ିକ ସାଧାରଣତଃ ଯେଉଁ ସହରରେ ଅବସ୍ଥିତ ସେହି ଅନୁସାରେ ନାମକରଣ ହୋଇଛି। କିନ୍ତୁ ନୂଆ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ସେଗୁଡ଼ିକ ନୂଆ ନାମ ପାଇବେ। ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ ବ୍ୟକ୍ତି, ସ୍ବାଧୀନତା ସଂଗ୍ରାମୀ, ପ୍ରତିଷ୍ଠାନ ଯେଉଁଠି ଅବସ୍ଥିତ ସେହି ସ୍ଥାନର ସ୍ପଷ୍ଟ ଭୌଗୋଳିକ ପରିଚୟ ଏବଂ ପ୍ରମୁଖ ଐତିହାସିକ ଘଟଣା କିମ୍ବା ସେହି ଅଞ୍ଚଳର ସ୍ମାରକୀ ସହିତ ଏମ୍‌ସଗୁଡ଼ିକର ନାମ ଯୋଡ଼ାଯିବ। ବିକଳ୍ପ ନାମ ସଂପର୍କରେ ଯେଉଁମାନଙ୍କ ନାଁ ପ୍ରସ୍ତାବରେ ଦିଆଯାଇଛି ସେ ସଂପର୍କରେ ବିସ୍ତୃତ ବିବରଣୀ ମଧ୍ୟ ଦାଖଲ ହୋଇଛି ।

ଉଲ୍ଲେଖଥାଉ କି, ଭୁବନେଶ୍ୱର ଏମ୍ସର ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ଏହାର ନାଁ ନେତାଜୀ ସୁଭାଷ ବୋଷ ରହିଥିଲା । ୨୦୦୩ ମସିହାରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଶିଳାନ୍ୟାସ କରିବା ସମୟରେ ଏହି ଫଳକ ରହିଥିଲା । ଏହି ଅବସରରେ ବାଜପେୟୀଙ୍କ ବ୍ୟତୀତ ତତ୍‌କାଳୀନ ରାଜ୍ୟପାଳ ଏମଏମ ରାଜେନ୍ଦ୍ରନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତତ୍‌କାଳୀନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ସୁଷମା ସ୍ୱରାଜ, ତତ୍‌କାଳୀନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଅର୍ଜୁନ ସେଠୀ, ବ୍ରଜକିଶୋର ତ୍ରିପାଠୀ, ପ୍ରଫୁଲ୍ଲ ଘଡ଼େଇ ଉପସ୍ଥିତ ଥିଲେ ।

ପରବର୍ତ୍ତୀ ସମୟରେ ଏମ୍‌ସ ଆକ୍ଟ ପ୍ରସ୍ତୁତ ବେଳକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ନରହି କେବଳ ଏମ୍‌ସ ଭୁବନେଶ୍ବର ଭାବରେ ପଞ୍ଜୀକୃତ ହେଲା ଏବଂ ସବୁଠି ସେହି ନାମ ରହିଲା । ତେବେ ବର୍ତ୍ତମାନ ବିଭିନ୍ନ ବର୍ଗ ବିଭିନ୍ନ ପ୍ରକାର ପ୍ରସ୍ତାବ ଦେଉଥିବା ବେଳେ ଏମ୍ସ ଭୁବନେଶ୍ୱର କର୍ତ୍ତୃପକ୍ଷ ଏସଂକ୍ରାନ୍ତରେ କ'ଣ ପ୍ରସ୍ତାବ ଦେଇଛନ୍ତି ତାହା ସ୍ପଷ୍ଟ କରି ନାହାନ୍ତି । ତେବେ ଏମ୍ସ ଭୁବନେଶ୍ୱର ଶିଳାନ୍ୟାସ ବେଳେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାଁ ରହିଥିବାରୁ ସେହି ନାଁ ରହିବା ଉଚିତ୍ ବୋଲି ବିଭିନ୍ନ ମହଲରେ ଦାବି ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+