ଟମାଟୋ ବଦଳରେ କ'ଣ ଖାଇପାରିବେ ?

ଭୁବନେଶ୍ୱର: ଟମାଟୋ ପ୍ରତି ଘର ରୋଷେଇ ଘରର ଏକ ଅତ୍ୟାବଶ୍ୟକ ଅଂଶ। ମାତ୍ର ଭାରତରେ ଟମାଟୋ ମୂଲ୍ୟ କିଲୋଗ୍ରାମ ପ୍ରତି ୧୨୦-୧୩୦ ଟଙ୍କା ଉପରେ ପହଞ୍ଚିଛି। ଏଭଳି ପରିସ୍ଥିତିରେ ଟମାଟେ କିଣିବା ବେଳେ ପକେଟକୁ ଭାରି ପଡୁଛି । ଯଦି ଆପଣ ମଧ୍ୟ ଟମାଟୋ ଖାଇବା ପାଇଁ ପସନ୍ଦ କରୁଛନ୍ତି କିନ୍ତୁ ଅଧିକ ଟଙ୍କା ପାଇଁ କିଣୁନାହାନ୍ତି ତେବେ ଟମାଟୋ ବଦଳରେ ଆଉ କଣ ରାନ୍ଧିବାରେ ଅନ୍ତର୍ଭୁକ୍ତ କରିପାରିବେ।

କଖାରୁ: କଖାରୁରେ ଭିଟାମିନ୍ ଏବଂ ମିନେରାଲ୍ସ ରହିଛି । କଖାରୁରେ ବିଟା କେରୋଟିନ୍ ବ୍ୟତୀତ ଭିଟାମିନ୍ ସି, ଭିଟାମିନ୍ ଇ, ଆଇରନ୍ ଏବଂ ଫୋଲେଟ୍ ମଧ୍ୟ ମିଳିଥାଏ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ କଖାରୁ। ସେଫ ସଞ୍ଜିବ କପୁରଙ୍କ ମତରେ ଟମାଟୋ ବଦଳରେ କଖାରୁ ହେଉଛି ସର୍ବୋତ୍ତମ ବିକଳ୍ପ। କଖାରୁରେ ଆପଣ କିପରି ଟମାଟର ଭଳି ସ୍ବାଦ ପାଇ ପାରିବେ, ତାହା ଆମେ ଆପଣଙ୍କୁ କହିବୁ।

TOMATO

କଖାରୁକୁ ଆପଣ ଟମାଟର ଭଳି ପ୍ୟୁରି କରି ବ୍ୟବହାର କରିପାରିବେ। ଏଥିପାଇଁ ଆପଣ ପ୍ରଥମେ କଖାରୁକୁ ଛୋଟ ଛୋଟ ପିସ କରି କାଟିଦେବେ. ଏବଂ ଏହାକୁ ଫ୍ରାଏ କରିଦେବେ । ଏହାପରେ ଏଥିରେ ଟମାଟର ଭଳି ସ୍ବାଦ ଆଣିବା ପାଇଁ ଏଥିରେ ଭିନେଗାର ଏବଂ ଶୁଖିଲା ଲଙ୍କା କିମ୍ବା କଞ୍ଚା ଲଙ୍କା ମିଶାଇ ଗ୍ରାଇଣ୍ଡ କରିଦେବେ। ଦେଖିବେ ଏହା ଆପଣଙ୍କୁ ଟମାଟର ପ୍ୟୁରି ଭଳି ସ୍ବାଦ ଦେବ।

ଦହି: ଦୈନିକ ଦହି ଖାଇବା ଦ୍ବାରା କୋଲେଷ୍ଟ୍ରଲ ସ୍ତର ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏହାକୁ ଆପଣ ଭଲ ଭାବରେ ଫେଣ୍ଟି ତରକାରୀରେ ଶେଷରେ ପକାଇବେ। ଯାହାଦ୍ବାରା ଦହି ଫାଟିବାର ସମ୍ଭାବନା ଖୁବ କମ ଥାଏ ଏବଂ ତରକାରୀର ସ୍ବାଦ ଦ୍ବିଗୁଣିତ ହୋଇଥାଏ।

ପ୍ରୋ-ବାୟୋଟିକ୍ସ ପାଇଁ ଏହା ହେଉଛି ସର୍ବୋତ୍ତମ ବିକଳ୍ପ। ଯଦି ଆପଣ ଟମାଟୋ ବଦଳରେ ତରକାରୀ କିମ୍ବା ପନିପରିବାରେ ଦହି ବ୍ୟବହାର କରନ୍ତି, ତେବେ ଆପଣ ଟମାଟୋର ଅଭାବ ଅନୁଭବ କରିବେ ନାହିଁ। କିନ୍ତୁ ଗୋଟିଏ ଜିନିଷ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଖାଦ୍ୟ ତିଆରି ହେବାର ଶେଷ ସମୟରେ ହିଁ ଦହିକୁ ଭଲ ଭାବେ ଫେଣ୍ଟି ବ୍ୟବହାର କରିବା ଉଚିତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+