୫ ବର୍ଷରେ କଣ କରିଛନ୍ତି ଅପରାଜିତା ? ଲୋକଙ୍କ ଆଗରେ ଦେଲେ ହିସାବ...
୫ ବର୍ଷର ହିସାବ ଦେଲେ ଅପରାଜିତା । ସାଂସଦ ଭାବେ ୫ ବର୍ଷର ରିପୋର୍ଟ କାର୍ଡ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସାମ୍ବାଦିକ ସମ୍ମିଳନୀ କରି ୫ ବର୍ଷରେ ୫୦ଟି ମୁଖ୍ୟ କାମର ତାଲିକା ଦେଇଛନ୍ତି ସାଂସଦ ଅପରାଜିତା ।
୫ ବର୍ଷରେ ସମୁଦାୟ ୧୪ ହଜାର ୩୧୭ଟି ଅଭିଯୋଗରୁ ୧୨ ହଜାର ୫୯୮ଟି ଅଭିଯୋଗର ସମାଧାନ କରିଥିବା ସେ କହିଛନ୍ତି । ସେହିପରି ୧୧୨ ଟି ୱାର୍ଡ଼, ୧୫୬ଟି ଗ୍ରାମ ପଂଚାୟତ ଏବଂ ହଜାରେରୁ ଅଧିକ ଗାଁ ବୁଲି ପଦଯାତ୍ରା ଓ ସାଧାରଣ ସଭା କରିଥିବା ସେ କହିଛନ୍ତି । ଆସନ୍ତା ମାର୍ଚ୍ଚ ୩୧ ତାରିଖରେ ହଂସପାଳ ଓଭରବ୍ରିଜ୍ କାମ ସରିବା ନେଇ କହିଛନ୍ତି ଅପରାଜିତା ।

୫ ବର୍ଷରେ ୭ହଜାର ୯୧୬ କୋଟି ଟଙ୍କାର ପ୍ରକଳ୍ପ କାମ ଅନୁମୋଦନ ହୋଇଛି । ସାଂସଦ ପାଣ୍ଠିରୁ ୧୭ କୋଟି, ଜାତୀୟ ରାଜପଥରେ ୬ହଜାର ୪୧୦ କୋଟି, ପାଇପ ଯୋଗେ ପାନୀୟ ଜଳ ପାଇଁ ୧ ହଜାର ୬୮ କୋଟି, ରେଳ ବିଭାଗରେ ୩୭୩ କୋଟି ଟଙ୍କାର ପ୍ରକଳ୍ପ ହୋଇଥିବା କହିଛନ୍ତି ଅପରାଜିତା ।












Click it and Unblock the Notifications