ସକାଳୁ ଉଠି କେଉଁ ସବୁ ଜିନିଷକୁ ସ୍ପର୍ଶ କରିବା ଦ୍ୱାରା ଲକ୍ଷ୍ମୀ ହୋଇ ଥାଆନ୍ତି ଅସନ୍ତୁଷ୍ଟ ?
ସଫଳତାର ପୁଞ୍ଜି କହିଥାଏ ଯେ ଜୀବନର ସଫଳତା ଭଲ ଅଭ୍ୟାସ ଉପରେ ନିର୍ଭର । ଜୀବନରେ ସଫଳତା କେବେବି ଅଚାନକ ମିଳି ନଥାଏ । ଏଥିପାଇଁ ପରିଶ୍ରମ, ସଂଘର୍ଷ ଓ ତ୍ୟାଗ କରିବାକୁ ପଡିଥାଏ । ଯେଉଁ ବ୍ୟକ୍ତି ନିଜ ଲକ୍ଷ ପ୍ରତି ସମର୍ପିତ ରହିଥାଏ ଓ ନୀତିଦିନ ଏଥିପାଇଁ କଠୋର ପରିଶ୍ରମ କରିଥାଏ ତାକୁ ସଫଳତା ଅବଶ୍ୟ ପ୍ରାପ୍ତ ହୋଇଥାଏ ।
ଶାସ୍ତ୍ର ଅନୁସାରେ ଏପରି କିଛି ଜିନିଷ ରହିଛି ଯାହାକୁ ସକାଳୁ ଉଠିବା ମାତ୍ରକେ ଛୁଇଁବା ଉଚିତ ନୁହେଁ । ଯେଉଁ ବ୍ୟକ୍ତି ସକାଳୁ ଉଠି ସେହିସବୁ ଜିନିଷକୁ ହାତ ଲଗାଇ ଥାଏ ତା ଜୀବନରେ ସଫଳତା ବାଧା ଦେଇଥାଏ ।

- * ସକାଳୁ ଉଠିବା ମାତ୍ରକେ କେବେବି ନିଶା ଜିନିଷକୁ ସ୍ପର୍ଶ କରିବା ଉଚିତ ନୁହେଁ । ଯେଉଁ ଲୋକମାନେ ସକାଳୁ ଉଠିବା ମାତ୍ରକେ ଖରାପ ଜିନିଷକୁ ହାତ ଲଗାଇ ଥାଆନ୍ତି ସେମାନେ କଦାପି ଜୀବନରେ ସଫଳତା ଲାଭ କରି ପାରନ୍ତି ନାହିଁ ।
- * ସକାଳୁ ଉଠିବା ପରେ କେବେବି ତୁରନ୍ତ ଅସନା ଓ ଆବର୍ଜନା କୁ ହାତ ଲଗାଇବା ଠିକ ନୁହେଁ । ତେଣୁ ପ୍ରତିଦିନ ରାତିରୁ ନିଜ ଘରର ଅଳିଆ ଓ ଆବର୍ଜନା ସଫା କରି ଶୋଇଲେ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ ।
- * ବାସୀ ବିଛଣା ତ୍ୟାଗ କରିବା ପରେ କଦାପି ସେହି ବିଛଣାରେ ଶୁଅନ୍ତୁ ନାହିଁ କିମ୍ବା ଗାଧୋଇ ସାରି ବାସୀ ବିଛଣା ଛୁଇଁବା ଉଚିତ ନୁହେଁ । ଏହା ଆପଣଙ୍କ ଐଶ୍ୱର୍ଯ୍ୟ ଓ ଆୟୁ ହାନି କରିଥାଏ ।
- * କଦାପି ସକାଳୁ ଉଠିବା ମାତ୍ରକେ ନଖ କାଟିବାର କୌଣସି ଜିନିଷକୁ ଛୁଇଁବା ଉଚିତ ନୁହେଁ, ଏହାଦ୍ୱାରା ଧନ ହାନିର ସମ୍ଭାବନା ରହିଥାଏ ।
- * ସକାଳେ ଗାଧୋଇ ସାରି ତେଲ କେବେବି ଛୁଅନ୍ତୁ ନାହିଁ । ଏହାଦ୍ୱାରା ଅଶୁଭ ଯୋଗ ଘଟି ଥାଏ ।
କଣ ଛୁଇଁବା ଉଚିତ ?-
- * ସକାଳୁ ଉଠିଲେ ଗୁରୁଜନ ମାନଙ୍କ ପାଦ ପ୍ରତିଦିନ ସ୍ପର୍ଶ କଲେ ଜୀବନରୁ ସମସ୍ତ ସଙ୍କଟ ଦୂର ହୋଇଥାଏ ଓ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ ।
- * ସକାଳେ ସ୍ନାନ ସାରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ଧୈର୍ଯ୍ୟ ବୃଦ୍ଧି ହେବା ସହ ସଫଳତା ପ୍ରାପ୍ତି ହୁଏ ।
- * ସକାଳୁ ଉଠି ଯେଉଁ ନାରୀମାନେ ସ୍ୱାମୀ ଓ ଘରର ଗୁରୁଜନ ମାନଙ୍କ ପାଦ ସ୍ପର୍ଶ କରନ୍ତି ସେମାନେ ଅହ୍ୟ ସୁଲକ୍ଷଣୀ ହୋଇ ଥାଆନ୍ତି ।
- * ସକାଳୁ ଉଠି ସର୍ବଦା ଏହି ମନ୍ତ୍ରକୁ ଜପ କରନ୍ତୁ " କରାଗ୍ରେ ବଶତଃ ଲକ୍ଷ୍ମୀ, କର ମଧ୍ୟେ ସରସ୍ବତୀ, କର ମୂଳେ ତୁ ଗୋଵିନ୍ଦଃ, ପ୍ରଭାତେ କର ଦର୍ଶନ " । ଏହି ମନ୍ତ୍ରକୁ ନିୟମିତ ନିଜ ହାତ ପାପୁଲି କୁ ଦେଖି ପାଠ କଲେ ଜୀବନର ସମସ୍ତ କ୍ଳେଶ ଦୂର ହୋଇଥାଏ ।












Click it and Unblock the Notifications