ହ୍ୟୁମାନ ଅସୁସ୍ଥ ହେବା ପଛର କାରଣ କ'ଣ ଖୋଜନ୍ତୁ କହିଲେ ପ୍ରେମ ଆନନ୍ଦ ?
ହ୍ୟୁମାନ ଅସୁସ୍ଥ ହେବା ପଛର କାରଣ କ'ଣ ଖୋଜନ୍ତୁ କହିଲେ ପ୍ରେମ ଆନନ୍ଦ । ଅସୁସ୍ଥ ହେବା ପଛରେ ଯେଉଁମାନଙ୍କ ଭୂମିକା ରହିଛି ଖୋଜାଯାଉ। ହ୍ୟୁମାନ ଉଚ୍ଚକୁ ଯିବା ପରେ ଯେଉଁମାନେ ଡିଷ୍ଟର୍ବ ଚାହୁଁଥିଲେ ଖୋଜାଯାଉ । ତାହେଲେ କିଏ ହ୍ୟୁମାନଙ୍କ ଅସୁସ୍ଥତାର କାରଣ ସେନେଇ ବଢ଼ିଲା ଚର୍ଚ୍ଚା।
ହ୍ୟୁମାନଙ୍କୁ ଦେଖା କରିବାକୁ ସ୍ତ୍ରୀ, ଝିଅ ଅପେକ୍ଷା କରି ରହୁଥିଲେ। ତଥାପି ସ୍ତ୍ରୀ ଓ ଝିଅ ପାଖକୁ ଯାଇ ପାରୁ ନ ଥିଲେ ହ୍ୟୁମାନ। ସେଇଟା ବି ତା ପାଇଁ ଯନ୍ତ୍ରଣାଦାୟକ ଥିଲା। ଜୀବନରେ ଯଦି ଶାନ୍ତି ନ ରହିବ କେମିତି କଣ ଜଣେ କରିବ । କାହା ପାଇଁ ହ୍ୟୁମାନ ସ୍ତ୍ରୀ, ଝିଅକୁ ଦେଖା କରି ପାରୁ ନ ଥିଲେ ପ୍ରଶ୍ନବାଚୀ ।

ହ୍ୟୁମାନ ସାଗର ବହୁତ ସରଳ, ତାଙ୍କୁ ଇମୋସନାଲ୍ ଟ୍ରାପ୍ କରାଯାଉଥିଲା । ହ୍ୟୁମାନଙ୍କ ଶାରିରୀକ ଅସୁସ୍ଥତା ମୋତେ କଷ୍ଟ ଦେଉଥିଲା କହିଲେ ପ୍ରେମ ଆନନ୍ଦ। ବାରମ୍ବାର ଝିଅକୁ ଦେଖା କରିବାକୁ ଚାହୁଁଥିଲେ ହ୍ୟୁମାନ । ଝିଅକୁ ଦେଖା କରିବାକୁ କିଏ ଅଟକାଉଥିଲା କଲେ ପ୍ରଶ୍ନ । ହ୍ୟୁମାନଙ୍କ ମା'କୁ ଗାଳିଗୁଲଜ କରିବା ଠିକ୍ ନୁହେଁ।
ଗୋଟିଏ ବୋଲି ପୁଅକୁ ହରାଇ ମାନସିକ ଭାରସାମ୍ୟ ହରାଇଛନ୍ତି ମାଆ । ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ କରାଗଲେ ସତ୍ୟାସତ୍ୟ ଜଣାପଡ଼ିବ।
ସୋସିଆଲ ମିଡିଆ ଟ୍ରୋଲ୍କୁ ବହୁତ ଡରୁଥିଲେ ହ୍ୟୁମାନ ।












Click it and Unblock the Notifications