ସିମ୍ ସ୍ୱାପ୍ ସ୍କାମ: ସାବଧାନ ! ଏବେ ଆପଣଙ୍କ ସିମ୍ ବି ହୋଇଯିବ ଡ୍ୟୁପ୍ଲିକେଟ୍, ଖାଲି ହୋଇଯିବ ଆକାଉଣ୍ଟ...
ଆପଣ ଜାଣନ୍ତି, କଣ ଏହି ସିମ୍ ସ୍ୱାପ୍ ସ୍କାମ ? କେଉଁମାନେ ସାମିଲ ଏହି ଠକେଇ ରାକେଟରେ ? ଏହି ସ୍କାମ୍ ଦ୍ବାରା ଆପଣଙ୍କର କଣ କ୍ଷତି ହେବ ? ଆସନ୍ତୁ ଜାଣିବା ବିସ୍ତୃତରେ...
SIM Swap Scam: ଆଜିର ଡିଜିଟାଲ ୱାର୍ଲ୍ଡରେ ଟେକନୋଲୋଜି ଦ୍ବାରା ମଣିଷ ଯେତେ ଉପକୃତ ହେଉଛି । ସମ ସମେତ୍ ସେତିକି ଅସୁବିଧାରେ ମଧ୍ୟ ପଡୁଛି । କାରଣ ସାଇବର ଠକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ବିଭିନ୍ନ ଉପାୟରେ ଲୋକଙ୍କୁ ଠକିବାରେ ଲାଗିଛନ୍ତି ସାଇବର ଅପରାଧୀ ।
ତେବେ ସାଇବର ଠକେଇରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ସଚେତନ କରାଇବା ପାଇଁ ଓଡିଶା ପୋଲିସ୍ ମଧ୍ୟ ଶତ ଚେଷ୍ଟା କରୁଛି । ନିକଟରେ ସିମ୍ ସ୍ୱାପ୍ ସ୍କାମରୁ ବର୍ତ୍ତିବା ପାଇଁ ଓଡିଶା ପୋଲିସ ଟ୍ବିଟ୍ କରି ସଚେତନ ବାର୍ତ୍ତା ପ୍ରଦାନ କରିଛି । ତେବେ ଆପଣ ଜାଣନ୍ତି, କଣ ଏହି ସିମ୍ ସ୍ୱାପ୍ ସ୍କାମ ? କେଉଁମାନେ ସାମିଲ ଏହି ଠକେଇ ରାକେଟରେ ? ଏହି ସ୍କାମ୍ ଦ୍ବାରା ଆପଣଙ୍କର କଣ କ୍ଷତି ହେବ ? ଆସନ୍ତୁ ଜାଣିବା ବିସ୍ତୃତରେ...

ସିମ୍ ସ୍ୱାପ୍ ସ୍କାମ କଣ ?
ଯେଉଁଠି ଠକମାନେ ଆପଣଙ୍କ ବ୍ୟକ୍ତିଗତ ବିବରଣୀ ବ୍ୟବହାର କରି, ଆପଣଙ୍କ ଫୋନ୍ ନମ୍ବର ପରି ଆଉ ଗୋଟିଏ ଅବିକଳ ନମ୍ବରର ନୂତନ ସିମ୍ ଜାରି କରିଥାଏ । ତାହାକୁ ସିମ୍ ସ୍ୱାପ୍ ଠକାମି କୁହାଯାଏ । ଏହାଦ୍ୱାରା ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ରୁ ଅନୁମୋଦିତ ସମସ୍ତ ପେମେଣ୍ଟ ପାଇଁ ଦରକାର ହେଉଥିବା OTPର ଆକସେସ୍ ସେମାନଙ୍କୁ ଅତି ସହଜରେ ମିଳିଯାଏ । ସାଧାରଣତଃ, ଏହାର ଅର୍ଥ ହେଉଛି ଠକମାନେ ଆପଣଙ୍କ OTP ବ୍ୟବହାର କରି ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ରୁ ଟଙ୍କା ଚୋରି କରି ନେବାରେ ସଫଳ ହୋଇଥାନ୍ତି ।
ବର୍ତ୍ତମାନ ସମୟରେ ମୋବାଇଲ୍ ଫୋନ୍, ବ୍ୟାଙ୍କିଙ୍ଗର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଆଜିକାଲି ଅଧିକାଂଶ ଲୋକେ ମୋବାଇଲ୍ ଦ୍ୱାରା ଘରୁ ବ୍ୟାଙ୍କିଙ୍ଗ୍ କାମ କରୁଛନ୍ତି। ଏଥିପାଇଁ ଏହି ସ୍କାମ ଦ୍ବାରା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯାଇ ପାରେ ।
Fraudsters try to access your #SIMCard or duplicate it because all your accounts are linked to your registered number. They often call you pretending to be Mobile operator staff and try to convince you with SIM upgrades or benefits.
— Odisha Police (@odisha_police) September 4, 2022
So be aware & stay cyber_safe.#cybersecurity pic.twitter.com/LYRw1IfWbx
ସିମ୍ ସ୍ୱାପ୍ ସ୍କାମ କିପରି ହୋଇଥାଏ ?
ଠକ ଜଣକ ଆପଣଙ୍କ ମୋବାଇଲ୍ ଅପରେଟର୍ର ପ୍ରତିନିଧି ରୂପେ ବାହାନା କରି ଆପଣଙ୍କୁ କଲ୍ କରିଥାଏ । ଆପଣଙ୍କ ନେଟୱର୍କ ଅପ୍ଗ୍ରେଡ କରିବା ପାଇଁ SMS ପଠାଇବାକୁ କହିଥାଏ । SMS ଟିରେ ନୂତନ ସିମ୍ ପଛରେ ଲେଖା ହୋଇଥିବା 20 ଅଙ୍କ ବିଶିଷ୍ଟ ନମ୍ବର ରହିଥାଏ । ଏଥିସହିତ ସେ ଆପଣଙ୍କ ବ୍ୟାଙ୍କର ଗୋପନୀୟ ବିବରଣୀ ମଧ୍ୟ ଆପଣଙ୍କୁ ମାଗିଥାନ୍ତି ।
ଏହି SMS ଟି ଆପଣଙ୍କ ବର୍ତ୍ତମାନ ସିମ୍କୁ ନିଷ୍କ୍ରିୟ କରିଦିଏ ଏବଂ ଠକ ଜଣକ ଅନୈତିକ ରୂପେ ପାଇଥିବା ନକଲି ସିମ୍କୁ ସକ୍ରିୟ କରି ଦେଇଥାଏ । ଆପଣଙ୍କ ସିମ୍ କାମ କରିବା ବନ୍ଦ କରିଦିଏ ଏବଂ ତାହା ସମସ୍ତ ସଂଯୋଗ ହରାଇଦିଏ । ଏହାପରେ ତାକୁ ଆପଣଙ୍କ ଫୋନ୍ ନମ୍ବର ଏବଂ SMSର ଆକସେସ୍ ମିଳିଯାଏ ଏବଂ ସେ ଟଙ୍କା ଟ୍ରାନ୍ସଫର କରିବା ପାଇଁ ଆପଣଙ୍କ ବ୍ୟାଙ୍କ୍ ବିବରଣୀର ବ୍ୟବହାର କରିଥାଏ ।ଟଙ୍କା ଟ୍ରାନ୍ସଫର କରିବା ପାଇଁ ଠକକୁ ଗୋଟିଏ OTP ମିଳିଥାଏ ଏବଂ ସେହି OTP ର ବ୍ୟବହାର କରି ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ରୁ ନିଜ ଆକାଉଣ୍ଟ୍କୁ ଟଙ୍କା ଟ୍ରାନ୍ସଫର କରିବ ।
ସିମ୍ ସ୍ୱାପ୍ ସ୍କାମ ଠାରୁ କିପରି ସୁରକ୍ଷିତ ରହିପାରିବେ ?
ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ବିବରଣୀ ( କାର୍ଡ୍ ନମ୍ବର, ସମୟ ସମାପ୍ତି ତାରିଖ, ପିନ୍) ଅନ୍ୟ କାହା ସହିତ ଶେୟାର କରନ୍ତୁ ନାହିଁ ।
ଆପଣଙ୍କ ବ୍ୟାଙ୍କ୍ କିମ୍ବା ମୋବାଇଲ୍ ଅପରେଟରଙ୍କ ଠାରୁ ଇମେଲ୍ କିମ୍ବା SMS ଆସିଥିବାର ଯଦି ଦାବି ହୋଇଥାଏ ତେବେ ତାହା ଅଫିସିଆଲ୍ SMS ହେଣ୍ଡେଲ୍/ ଇ-ମେଲ୍ ଆଡ୍ରେସ୍ରୁ ଆସିଛି କି ନାହିଁ ତାହା ଯାଞ୍ଚ କରନ୍ତୁ ।
SMS କିମ୍ବା ଅନ୍ୟ ଯୋଗାଯୋଗ ମାଧ୍ୟମରେ ଆସିଥିବା OTP କିମ୍ବା ଅନ୍ୟ କୌଣସି କୋଡ୍କୁ ଅନ୍ୟ କାହା ସହ ଶେୟାର କରନ୍ତୁ ନାହିଁ । ଆପଣଙ୍କ ଆକାଉଣ୍ଟ୍ରୁ କରାଯାଉଥିବା ଟ୍ରାଞ୍ଜାକସନ୍ ଟ୍ରାକ୍ କରିବା ପାଇଁ ଇ-ମେଲ୍ ଏବଂ SMS ଅଲର୍ଟ ସବସ୍କ୍ରାଇବ୍ କରନ୍ତୁ ।
ଆପଣଙ୍କ ବ୍ୟାଙ୍କ୍ର ଅତୀତ ଟ୍ରାଞ୍ଜାକସନ୍କୁ ନିୟମିତ ଭାବରେ ଯାଞ୍ଚ କରନ୍ତୁ ଏବଂ ଅନିୟମିତ ଟ୍ରାଞ୍ଜାକ୍ସନଗୁଡ଼ିକୁ ନିରୀକ୍ଷଣ କରନ୍ତୁ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications