ଅନାସ୍ଥା ପ୍ରସ୍ତାବ କଣ ? ବିଧାନସଭାରେ କେବେ କେବେ ଆସିଥିଲା ଅନାସ୍ଥା ନୋଟିସ୍ ?

ରାଜ୍ୟ ସରକାରଙ୍କୁ ନେଇ କଂଗ୍ରେସର ଜଡ଼ା ଆଭିମୁଖ୍ୟ । ମୋହନ ସରକାର ବିରୋଧରେ ବିଧାନସଭାରେ କଂଗ୍ରେସ ଆଣିଲା ଅନାସ୍ଥା ପ୍ରସ୍ତାବ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ବିଧାନସଭା ବାଚସ୍ପତିଙ୍କୁ ଦେଲେ ଚିଠି । ବିଧାନସଭା ସଚିବଙ୍କ ଜରିଆରେ ଚିଠି ଦେଲା କଂଗ୍ରେସ ଦଳ ।

What is no-confidence motion

ଅନାସ୍ଥା ପ୍ରସ୍ତାବ କଣ ?
ସଂସଦୀୟ ପରମ୍ପରା ଅନୁଯାୟୀ କୌଣସି ସରକାର ବିରୋଧରେ ଏକ ନିର୍ଦ୍ଧିଷ୍ଟ ପ୍ରସଙ୍ଗକୁ ନେଇ ଆସ୍ଥା ଏବଂ ଅନାସ୍ଥା ପ୍ରସ୍ତାବ ଅଣାଯାଇପାରିବ । ଏନେଇ ବାଚସ୍ପତିଙ୍କୁ ଏକ ନୋଟିସ ଦେବାକୁ ହେବ ଯାହାକୁ ଅନାସ୍ଥା ପ୍ରସ୍ତାବ ନୋଟିସ କୁହାଯାଏ ।

ଜଣେ ସଦସ୍ୟ ୧୫ ଜଣ ଦସ୍ତଖତ ଥାଇ ନୋଟିସ ଦେବେ ବାଚସ୍ପତିଙ୍କୁ । ଯେତେବେଳେ ବିଧାନସଭା ଅଧିବେଶନ ଚାଲିବ, ସେ ସମୟରେ ବାଚସ୍ପତି ଗୃହର ଦୃଷ୍ଟି ଆକର୍ଷଣ କରନ୍ତି । ସେହିନର ପ୍ରଶ୍ନକାଳ ପରେ ଓ କାର୍ଯ୍ୟକ୍ରମ ଆଲୋଚନା ପୂର୍ବରୁ ଅନାସ୍ଥା ପ୍ରସ୍ତାବ ଆସିବ ।

ଓଡିଶା ବିଧାନସଭାର ମୋଟ ସିଟ ୧୪୭ ସିଟର ଦଶ ଭାଗରୁ ଭାଗେ ଅର୍ଥାତ ୧୫ ଜଣ ଭାଗ ନେଇ ପାରିବେ । ୧୫ ଜଣ ଛିଡା ହେଲେ ଆଲୋଚନା ହୋଇପାରିବ । ନହେଲେ ନାକଚ ହେବ ।

ଏବେ ଆସନ୍ତୁ ନଜର ପକାଇବା ଓଡିଶା ବିଧାନସଭାରେ କେବେ ଅନାସ୍ଥା ଅଣାଯାଇଥିଲା-

1937 ରୁ 1945 ମଧ୍ୟରେ 18 ଫେବ୍ରୁଆରୀ 1942ରେ ଆସ୍ଥା ପ୍ରସ୍ତାବ ଆଗତ ହେଲା, କିନ୍ତୁ ବାଚସ୍ପତି ଅଗ୍ରାହ୍ୟ କରିବାରୁ ଲାପସ କରିଗଲା ।

1952-57

15 ଏପ୍ରିଲ 1953 ରେ ଶ୍ରଦ୍ଧାକର ସୁପକାର ତତ୍କାଳୀନ ବିରୋଧୀ ଦଳ ନେତା ମୁଖ୍ୟମନ୍ତ୍ରୀ ନବ କୃଷ୍ଣ ଚୌଧୁରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ୫ ଅକ୍ଟୋବେର 1955 ରେ ପୁଣି ତତ୍କାଳୀନ ବିରୋଧୀ ଦଳ ନେତା ଶ୍ରଦ୍ଧାକର ସୁପକାର ଅନାସ୍ଥା ପ୍ରସ୍ତାବ ନେଇ ନୋଟିସ ଦେଲେ । କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ପୁଣି ୬ ଅକ୍ଟୋବରରେ ସଂଯୁକ୍ତ ସୋସିଅଲିଷ୍ଟ ପାର୍ଟିର ବିଧାୟକ ସୁରେନ୍ଦ୍ର ପ୍ରଧାନ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅନାସ୍ଥା ନୋଟିସ ଦେଲେ । ପୁନଶ୍ଚ ସେହି ଦିନ ସଂଧ୍ୟାରେ ଶ୍ରଦ୍ଧାକର ସୁପକାର ପୁଣି ଏକ ଅନାସ୍ଥା ପ୍ରସ୍ତାବ ନେଇ ନୋଟିସ ଦେଇଥିଲେ ।

1957-1960-
1958 ରେ ପୁଣି ଅନାସ୍ଥା ପ୍ରସ୍ତାବ ନେଇ ନୋଟିସ ଦେଲେ ଏସଏସପି ବିଧାୟକ ନାରାୟଣ ସାହୁ ।

1961-1966
6 ଡିସେମ୍ବର 1961 ରେ ତତ୍କାଳୀନ ବିରୋଧୀ ଦଳ ନେତା ରାଜେନ୍ଦ୍ର ନାରାୟଣ ସିଂବଦେଓ ମନ୍ତ୍ରୀ ପରିଷଦ ବିରୋଧରେ ଅନାସ୍ଥା ନୋଟିସ ଦେଲେ । 3 ଜଣ ବାମଦଳ, ସ୍ୱାଧୀନ ବିଧାୟକ ଦସ୍ତଖତ କରିଥିଲେ । ସେତେବେଳେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ । 1963, ସେପ୍ଟେମ୍ବର 11 ତାରିଖରେ ବାମଦଳ ବିଧାୟକ ଗଙ୍ଗାଧର ପାଇକ ରାୟ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସରକାରଙ୍କ ବିରୋଧରେ ଅନାସ୍ଥା ନୋଟିସ ଦେଇଥିଲେ ।

16 ସେପ୍ଟେମ୍ବର 1963 ରେ ବିରୋଧୀ ଦଳ ନେତା ରାଜେନ୍ଦ୍ର ନାରାୟଣ ସିଂହଦେଓ ଏବଂ ଗଣତନ୍ତ୍ର ପରିଷଦ ର ହରିହର ପଟେଲ ଅନାସ୍ଥା ନୋଟିସ ଦେଇଥିଲେ। 1964 ଏପ୍ରିଲ 17ରେ ପ୍ରଶନ୍ନ ଦାଶ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିରେନ ମିତ୍ର ସରକାରଙ୍କ ବିରୋଧରେ ଅନାସ୍ଥା ନୋଟିସ ଦେଇଥିଲେ ।

1967 -71
1968 ମସିହା ଡିସେମ୍ବର 12 ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ ସରକାରଙ୍କ ବିରୋଧରେ psp ବିଧାୟକ ରବୀନ୍ଦ୍ର ମୋହନ ଦାଶ୍ ଅନାସ୍ଥା ନୋଟିସ ଆଣିଥିଲେ । ସଦାଶିବ ତ୍ରିପାଠୀ, ଗଙ୍ଗାଧର ପାଇକ ରାୟ ରାଜେନ୍ଦ୍ର ନାରାୟଣ ସିଂହଦେଓ ଙ୍କ ସରକାର ବିରୋଧରେ ଅନାସ୍ଥା ନୋଟିସ ଦେଇଥିଲେ।

1977-80
ସେପ୍ଟେମ୍ବର 12 1979 ରେ ତତ୍କାଳୀନ ନୀଳମଣି ରାଉତରାୟଙ୍କ ସରକାର ବିରୋଧରେ ଅନାସ୍ଥା ଆଣି ତତ୍କାଳୀନ ବିରୋଧୀ ଦଳ ନେତା ପ୍ରହ୍ଲାଦ ମାଲିକ ନୋଟିସ ଦେଇଥିଲେ । 12 ସେପ୍ଟେମ୍ବର ରେ କଂଗ୍ରେସ ବିଧାୟକ ବୃନ୍ଦାବନ ନାୟକ ଅନାସ୍ଥା ନୋଟିସ ଆଣିଥିଲେ ।

1980-85
୨୮ ସେପ୍ଟେମ୍ବର 1981 ରେ ବମଦଳ ବିଧାୟକ ଅରୁଣ ଦେ ତତ୍କାଳୀନ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ଅନାସ୍ଥା ନୋଟିସ ଆଣିଥିଲେ । ଜନତା ଦଳ ବିଧାୟକ ଶରତ ଦେବ ମଧ୍ୟ ଅନାସ୍ଥା ନୋଟିସ ଦେଇଥିଲେ ।

1995-2000
27 ଡିସେମ୍ବର1995 ରେ ଜନତା ଦଳ ରାମକୃଷ୍ଣ ପଟ୍ଟନାୟକ ଏବଂ ବିଜେପିର ଜୁଏଲ ଓରାମ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜେବି ପଟନାୟକ ସରକାର ବିରୋଧରେ ଅନାସ୍ଥା ନୋଟିସ ଆଣିଥିଲେ । 11 ସେପ୍ଟେମ୍ବର 1997 ରେ ଜନତା ଦଳ ବିଧାୟକ ଅଶୋକ ଦାଶ ଜେବି ପଟ୍ଟନାୟକଙ୍କ ବିରୋଧରେ ନୋଟିସ ଆଣିଥିଲେ । 11 ସେପ୍ଟେମ୍ବର 1997 ରେ ବିଜେପିର ବିଶ୍ୱଭୂଷଣ ହରିଚନ୍ଦନ ଜେବି ପଟ୍ଟନାୟକଙ୍କ ବିରୋଧରେ ଅନାସ୍ଥା ନୋଟିସ ଦେଇଥିଲେ। ଜେଏମଏମ ନେତା ସୁଦାମ ମାରାଣ୍ଡି ମଧ୍ୟ ଜେବି ପଟ୍ଟନାୟକଙ୍କ ବିରୋଧରେ ଅନାସ୍ଥା ନୋଟିସ ଆଣିଥିଲେ । 2 ଅଗଷ୍ଟ 1998 ରାମକୃଷ୍ଣ ପଟନାୟକ ତତ୍କାଳୀନ ବିରୋଧୀ ଦଳ ନେତା ଜେବି ସରକାର ବିରୋଧରେ ଅନାସ୍ଥା ଆଣିଥିଲେ । 3 ଅଗଷ୍ଟ 1998 ରେ ବିଶ୍ୱଭୂଷଣ ହରିଚନ୍ଦନ ଆଣିଥିଲେ ଅନାସ୍ଥା ।

2000-2004
20 ଡିସେମ୍ବର2001 ରେ କଂଗ୍ରେସ ବିଧାୟକ ଉମେଶ ସ୍ୱାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଅନାସ୍ଥା ଆଣିଥିଲେ । ତତ୍କାଳୀନ ବିରୋଧୀ ଦଳ ନେତା ଜେବି ପଟ୍ଟନାୟକ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ବିରୋଧରେ ଅନାସ୍ଥା ଆଣିଥିଲେ । ଫେବୃଆରୀ 11 2009 ରେ କଂଗ୍ରେସର ବିଧାୟକ ପଦ୍ମଲୋଚନ ପଣ୍ଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଅନାସ୍ଥା ଆଣିଥିଲେ ।

2009-2014
16 ଡିସେମ୍ବର 2013 ରେ ବିରୋଧୀ ଦଳ ନେତା ପ୍ରସାଦ ହରିଚନ୍ଦନ ନବୀନ ପଟ୍ଟନାୟକ ସରକାର ବିରୋଧରେ ଅନାସ୍ଥା ନୋଟିସ ଆଣିଥିଲେ । 3 ଫେବୃଆରୀ 2014 ରେ ପ୍ରସାଦ ହରିଚନ୍ଦନ ନବୀନ ପଟ୍ଟନାୟକଙ୍କ ସରକାର ବିରୋଧରେ ପୁନର୍ବାର ନୋଟିସ ଦେଇଥିଲେ । 1953 ଏପ୍ରିଲ 15 ତାରିଖରେ ଅନାସ୍ଥା ଆଲୋଚନାରେ 45 ଜଣ ସଦସ୍ୟ ଅଂଶଗ୍ରହଣ କରିଥିଲେ ।

କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି, "ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଲାଣି ଆଇନ ଶୃଙ୍ଖଳା ପରିସ୍ଥିତି । ଓଡ଼ିଶାରେ ସରକାର ଆସିବାର ବର୍ଷେ ପୁରିଲାଣି ହେଲେ ସାବୁଥିରେ ସରକାର ବିଫଳ । ନାରୀ ସୁରକ୍ଷା ଦେବାରେ ସରକାର ବିଫଳ ହୋଇଛନ୍ତି । ଆମେ ଏ କଥା ବିଧାନସଭାରେ ଉଠାଇଲୁ ହେଲେ ସରକାର ଶୁଣିଲେ ନାହିଁ । ବିଜେଡିର ସଂଖ୍ୟା ଅଧିକ ଅଛି ସେଥିପାଇଁ ଆମେ ସମର୍ଥନ ଲୋଡିଛୁ । ବିଜେଡି ଅନାସ୍ଥା ଆଣିଥିଲେ ଆମେ ତାକୁ ସମର୍ଥନ କରିଥାନ୍ତୁ ।"

ତେବେ କଂଗ୍ରେସର ଏଭଳି ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାଜନୈତିକ ବିଶେଷଜ୍ଞ ରାଜରାମ ଶତପଥୀଙ୍କ ମତରେ, "ବିଜେଡି ଯଦି କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରେ ତାହେଲେ ଲୋକ ଜାଣିବେ ବିଜେଡି କଂଗ୍ରେସ ସହ ହାତ ମିଳାଇଛି । ଆଉ ଯଦି ସମର୍ଥନ ନ କରେ ତାହେଲେ କଂଗ୍ରେସ କହିବ ବିଜେଡି-ବିଜେପି ଭିତିରି ସମ୍ପର୍କକୁ ନେଇ ଯେଉଁ ଚର୍ଚ୍ଚା ହୁଏ ତାହା ସତ । 2024 ସାଧାରଣ ନିର୍ବାଚନରେ ବିଧାନସଭାକୁ କଂଗ୍ରେସର 14 ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି । ବିଜୁ ଜନତା ଦଳକୁ 51ଟି ଆସନ ଯାଇଛି ।"

ବିଧାନସଭାରେ ସଂଖ୍ୟାର ଖେଳ-
ଶାସକ ଦଳ -(BJP)-78
ବିରୋଧୀ ଦଳ BJD-50
କଂଗ୍ରେସ-14
ସିପିଆଇ-1
ସ୍ୱାଧୀନ-03
ମ୍ୟାଜିକ୍ ନମ୍ବର- 74

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+