ଆସନ୍ତୁ ଜାଣିବା ବାର୍ଡ ଫ୍ଲୁ କଣ ଏବଂ କେଉଁ କାରଣରୁ ହୋଇଥାଏ ? କେମିତି କରିବେ ପ୍ରତିକାର ?

ଆସନ୍ତୁ ଜାଣିବା ବାର୍ଡ ଫ୍ଲୁ କଣ ଏବଂ କେଉଁ କାରଣରୁ ହୋଇଥାଏ?

ବାର୍ଡ ଫ୍ଲୁ ନାମରେ ପରିଚିତ ଏହି ରୋଗ ଏଭିଏନ ଇନଫ୍ଲୁଏଞ୍ଜା ଭାଇରସ 'ଏଚ୫ଏନ୧' ଯୋଗୁ ହୋଇଥାଏ। ବାର୍ଡ ଫ୍ଲୁର ବିଭିନ୍ନ ପ୍ରକାରର ରହିଥିଲେ ମଧ୍ୟ 'ଏଚ୫ଏନ୧' ଭୂତାଣୁ ମଣିଷମାନଙ୍କୁ ଉପରେ ପ୍ରଭାବ ପକାଇଥାଏ । ୧୯୯୭ରେ ପ୍ରଥମ ଥର ପାଇଁ ଏହି ଭାଇରସ୍ ହକଂରେ ଦେଖାଯାଇଥିଲା।। ଏହି 'ଏଚ୫ଏନ୧' ଭୂତାଣୁ ସାଧାରଣତଃ ବନ୍ୟପକ୍ଷୀମାନଙ୍କ କ୍ଷେତ୍ରରେ ଦେଖାଯାଏ କିନ୍ତୁ ଏହା ଗୃହପାଳିତ ପକ୍ଷୀ ମାନଙ୍କୁ ଖୁବ ଶିଘ୍ର ବ୍ୟାପିଥାଏ। ଏହି ଭୂତାଣୁ ମଣିଷମାନଙ୍କୁ ମଧ୍ୟ ବ୍ୟାପିଥାଏ ଯେତେବେଳେ ମଣିଷ ଏହି ବାର୍ଡ ଫ୍ଲୁ ଭୂତାଣୁ ସଂକ୍ରମିତ ପକ୍ଷୀମାନଙ୍କ ସଂସ୍ପର୍ଶରେ ଆସିଥାଏ ସେତେବେଳେ ଏହି ରୋଗ ମଣିଷ ଦେହକୁ ମଧ୍ୟ ଚାଲିଯାଏ।

ବାର୍ଡ ଫ୍ଲୁ ର ଲକ୍ଷଣ

ବାର୍ଡ ଫ୍ଲର ଲକ୍ଷଣ ବି ସାମାନ୍ୟ ଥଣ୍ଡା ପରି ହୋଇଥାଏ। ବାର୍ଡ ଫ୍ଲୁ ହେବାଦ୍ବାରା ଜ୍ବର, ମୁଣ୍ଡ ବିନ୍ଧା, ସର୍ଦ୍ଦି ହେବା, ନାକରୁ ପାଣି ବହିବା, ତଣ୍ଟି/ଗଳା ଦରଜ, ମାସଂପେଶିରେ ଦରଜ, ତଳିପେଟରେ ଦରଜ, ବାନ୍ତି ଲାଗି ରହିବା, ନିଶ୍ବାସ ନେବାରେ ସମସ୍ୟା ପରି ଲକ୍ଷଣ ଦେଖାଯାଏ। କେତେକ ସମୟରେ ମଣିଷ ବାର୍ଡ ଫ୍ଲୁ ସଂକ୍ରମଣ ହୋଇଥିଲେ ମଧ୍ୟ ଜାଣିନପାରି କେବଳ ଥଣ୍ଡାର ଚିକିତ୍ସା କରିଥାନ୍ତି। ତେଣୁ ଏଭଳି କିଛି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ସହ ରକ୍ତ ପରୀକ୍ଷା କରାଇ ନେବା ଆବଶ୍ୟକ।

କେମିତି ମଣିଷ ଏହି ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇଥାଏ?

ସାଧାରଣତଃ ଏହି ରୋଗ କୁକୁଡା ଏବଂ ସଂକ୍ରମିତ ପକ୍ଷୀମାନଙ୍କ ଠାରୁ ମଣିଷ ମାନଙ୍କୁ ଆକ୍ରାନ୍ତ କରିଥାଏ। ଅନ୍ୟପକ୍ଷରେ ମଣିଷମାନେ ଯେତେବେଳେ ବାର୍ଡ ଫ୍ଲୁ ଭୂତାଣୁ ସଂକ୍ରମିତ ପକ୍ଷୀମାନଙ୍କ ମାସଂ ଏବଂ ଅଣ୍ଡା ଖାଇଥାନ୍ତି ଏବଂ ତାହା ୧୬୫ ଡିଗ୍ରୀ ସେଲସିଏସ ତାପମାତ୍ରାରେ ତିଆରି ହୋଇନଥାଏ ତାହା ବାର୍ଡ ଫ୍ଲୁ ସଂକ୍ରମଣ କରିପାରେ। ମଣିଷ ଶରୀରକୁ ଏହି ଭାଇରସ ଆଖି,ନାକ ଏବଂ ପାଟି ମାଧ୍ୟରେ ପ୍ରବେଶ କରିଥାଏ।

bird flu

କେମିତି କରିବେ ପ୍ରତିକାର

  • -ସଂକ୍ରମିତ ପକ୍ଷୀ ଖାସ୍ କରି ବାର୍ଡ ଫ୍ଲୁରେ ମୃତ ପକ୍ଷୀଠାରୁ ଯଥା ସମ୍ଭବ ଦୂରେଇ ରହିବା ଆବଶ୍ୟକ
  • -ବାର୍ଡ ଫ୍ଲୁ ଚିହ୍ନଟ ପରେ ଯଥା ସମ୍ଭବ କୁକୁଡା ମାସଂ ଏବଂ ଅଣ୍ଡା ଖାଇବାଠାରୁ ଦୂରେଇ ରହିବା ଆବଶ୍ୟକ
  • -କାଶ, ଛିଙ୍କ ଓ ଜ୍ୱରରେ ପୀଡିତ ରୋଗୀଙ୍କ ଠାରୁ ଦୂରତା ବଜାୟ ରଖନ୍ତୁ
  • -ଅଧିକ ପାଣି ପିଅନ୍ତୁ ଓ ପୁଷ୍ଟିସାର ଜାତୀୟ ଖାଦ୍ୟ ଖାଆନ୍ତୁ
  • -ବାର୍ଡ ଫ୍ଲୁ ର ଲକ୍ଷଣ ଦେଖାଗଲେ ତୁରନ୍ତୁ ଡାକ୍ତରଙ୍କ ସହ ପରାମର୍ଶ ନିଅନ୍ତୁ ।
  • -ଯଦି ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳକୁ ଯାଉଛନ୍ତି ତେବେ ମୁହଁରେ ମାସ୍କ ପିନ୍ଦି ଯାଆନ୍ତୁ।
  • -ବାର୍ଡ ଫ୍ଲୁ ର ଲକ୍ଷଣ ଦେଖାଗଲେ ତୁରନ୍ତୁ ଡାକ୍ତରଙ୍କ ସହ ପରାମର୍ଶ ନିଅନ୍ତୁ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+