ଏଥର ରାଜ୍ୟ ବଜେଟରେ କଣ କଣ ନୂଆ ଯୋଜନା ?
ଏଥର ବଜେଟରେ ଅନେକ ନୂଆ ଯୋଜନା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ତେବେ ଜାଣନ୍ତୁ କଣ କଣ ଯୋଜନା ଏଥର ନୂଆ କରି ଘୋଷଣା ହୋଇଛି ।

ଭୁବନେଶ୍ୱର: ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନା କରିଛନ୍ତି ରାଜ୍ୟ ବଜେଟ୍ । ଏଥର ବଜେଟର ମୋଟ୍ ୨ ଲକ୍ଷ ୩୦ ହଜାର କୋଟି ବ୍ୟୟ ଅଟକଳ ହୋଇଛି । ଏଥର ବଜେଟରେ ଅନେକ ନୂଆ ଯୋଜନା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ତେବେ ଜାଣନ୍ତୁ କଣ କଣ ଯୋଜନା ଏଥର ନୂଆ କରି ଘୋଷଣା ହୋଇଛି ।
ନୂଆ ଯୋଜନା ଓ ବ୍ୟୟବରାଦ-
- ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର- ୧୩୯ କୋଟି
- ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ- ୧୨୦ କୋଟି
- ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି - ୫୦ କୋଟି
- ମୁଖ୍ୟମନ୍ତ୍ରୀ ପାୱାର ଡେଭଲପମେଣ୍ଟ ପ୍ରୋଗ୍ରାମ - ୧୪୪୬ କୋଟି
- ମୁଖ୍ୟମନ୍ତ୍ରୀ ସଂମ୍ପୂର୍ଣ୍ଣ ପୁଷ୍ଟି ଯୋଜନା - ୨୫୦ କୋଟି
- ଆମ ହସ୍ପିଟାଲ ଯୋଜନା - ୭୫୦ କୋଟି
- ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ - ୮୧୧ କୋଟି
- ଆମ ବସଷ୍ଟାଣ୍ଡ - ୧୫୦ କୋଟି
- ବିଦେଶ ବିମାନ ଉଡାଣ ଯୋଜନା - ୧୦୦ କୋଟି
- ମୁଖ୍ୟମନ୍ତ୍ରୀ ମତ୍ସଜୀବୀ କଲ୍ୟାଣ ଯୋଜନା - ୨୧୦ କୋଟି
- ବନ ସୁରକ୍ଷା ସମିତି - ୨୫୦ କୋଟି
- ମିଶନ ଶକ୍ତି ସ୍କୁଟର ଯୋଜନା - ୫୦ କୋଟି












Click it and Unblock the Notifications