ଓଡିଶା ପୋଲିସର ନୂଆ ମୁଖିଆ ହେବେ ସୁନୀଲ ବଂଶଲ: ଜାଣନ୍ତୁ, କଣ ସବୁ ରହିବ ଚ୍ୟାଲେଞ୍ଜ ?
ଡିଜିପି ଅଭୟଙ୍କ ପରେ ନୂଆ ଡିଜିପି ହେବେ ୧୯୮୭ ବ୍ୟାଚର ଆଇପିଏସ ସୁନିଲ କୁମାର ବଂଶଲ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଡିସେମ୍ବର ୩୧ରେ ଡିଜିପି ଅଭୟଙ୍କ କାର୍ଯ୍ୟକାଳ ସରିବା ପରେ ବଂଶଳ ଦାୟିତ୍ବ ଗ୍ରହଣ କରିବେ ।
ଭୁବନେଶ୍ବର: ଡିଜିପି ଅଭୟଙ୍କ ପରେ ନୂଆ ଡିଜିପି ହେବେ ୧୯୮୭ ବ୍ୟାଚର ଆଇପିଏସ ସୁନିଲ କୁମାର ବଂଶଲ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଡିସେମ୍ବର ୩୧ରେ ଡିଜିପି ଅଭୟଙ୍କ କାର୍ଯ୍ୟକାଳ ସରିବା ପରେ ବଂଶଳ ଦାୟିତ୍ବ ଗ୍ରହଣ କରିବେ । ତେବେ ଦାୟିତ୍ବ ମିଳିବା ପରେ ବଂଶଲ କହିଛନ୍ତି, 'ସୁରକ୍ଷା ଓ ସେବା ହିଁ ହେବ ଓଡିଶା ପୋଲିସର ମୂଳ ଆଭିମୁଖ୍ୟ । ଏହି ଆଭିମୁଖ୍ୟ ନେଇ ଓଡିଶା ପୋଲିସ ତାର କାର୍ଯ୍ୟ ଜାରି ରଖିବ ।'

ନୂଆ ଡିଜିପିଙ୍କ ପାଇଁ ରହିବ ବହୁତ ଚ୍ୟାଲେଞ୍ଜ । ସାଇବର ଅପରାଧ ଓ ଆନ୍ତଃରାଜ୍ୟ ସଂଗଠିତ ଅପରାଧ ମୁକାବିଲା ତାଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ । ସେହିପରି ଆଉ ମାତ୍ର ଦୁଇ ମାସ ପରେ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ। ସାଧାରଣ ନିର୍ବାଚନ ଠାରୁ ପଞ୍ଚାୟତ ନିର୍ବାଚନରେ ଯଥେଷ୍ଟ ଅଧିକ ହିଂସାକାଣ୍ଡ ହେବାର ନଜିର୍ ରହିଛି । ୨୦୨୨ରେ ମଧ୍ୟ ପୌର ନିର୍ବାଚନ ହୋଇପାରେ। କେନ୍ଦ୍ର ସରକାରଙ୍କ ଭରସାଯୋଗ୍ୟ ବରିଷ୍ଠ ଆଇପିଏସ୍ ଅଫିସର ଶ୍ରୀ ବଂଶଲଙ୍କ ସାମ୍ନାରେ ରହିଛି ଅନେକ ଚ୍ୟାଲେଞ୍ଜ ।
କେନ୍ଦ୍ରୀୟ ଡେପୁଟେସନରେ ଗୁରୁତ୍ବପୂର୍ଣ୍ଣ ଗୁଇନ୍ଦା ବିଭାଗର ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ ତାଙ୍କର ରହିଛି ଅନେକ ଅଭିଜ୍ଞତା । ତାକୁ ପାଥେୟ କରି ଅପରାଧ ଦମନ ହେଉ କି ଇଣ୍ଟେଲିଜେନ୍ସି ପୋଲିସିଂରେ ଓଡିଶା ପୋଲିସକୁ ଆଗକୁ ନେବେ । ଦୀର୍ଘଦିନ ପରେ ଓଡିଶା ଫେରୁଥିବାରୁ ଖୁସି ଜାହିର କରିଛନ୍ତି ବଂଶଲ ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications