ଭିଜିବ ଓଡ଼ିଶା, ଜାନୁଆରୀ ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା
ରାଜ୍ୟ ଉପରୁ ପଶ୍ଚିମାଝଡ଼ ପ୍ରଭାବ ଅପସରି ଯିବା ପରେ ଗତ ଦୁଇଦିନ ହେଲା ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା କମୁଛି । ଗୁରୁବାରଠାରୁ ପାରଦ ଆହୁରି ତଳମୁହାଁ ହେବ। ସମତଳ ଏବଂ ପାହାଡ଼ିଆ ଅଞ୍ଚଳଗୁଡ଼ିକରେ ୧ରୁ ୨ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି। ଏଣେ ରାଜ୍ୟରେ ପାରଦ ତଳମୁହାଁ ହୋଇଥିବା ବେଳେ ବିଳମ୍ବିତ ରାତିରୁ ଘନ କୁହୁଡ଼ି ମାଡ଼ି ଆସୁଛି। ଘନକୁହୁଡ଼ି ଶୀତ ପ୍ରଭାବକୁ ଆହୁରି ତୀବ୍ର କରୁଛି। ଫଳସ୍ବରୂପ ଲୋକେ ବାହାରକୁ ବାହାରିବା କଷ୍ଟକର ହୋଇ ପଡୁଛି। ଗମନାଗମନରେ ସମସ୍ୟା ଉପୁଜୁଛି । ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ ଅନୁସାରେ, ଇଂରାଜୀ ନୂଆବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ପ୍ରକୋପ ଲାଗି ରହିବ। ଏଥିସହିତ ଆସନ୍ତା ୪ଦିନ ପର୍ଯ୍ୟନ୍ତ ଘନକୁହୁଡ଼ି ଦୃଶ୍ୟମାନ ହେବା ସମ୍ଭାବନା ରହିଛି ।

ଗତ ୨୪ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସବୁଠୁ କମ୍ କୋରାପୁଟରେ ୬ ୧ଡିଗ୍ରୀ ଥିବା ବେଳେ ଜିଲାର ସେମିଳିଗୁଡ଼ାରେ ପାରଦ ୬ ୬ ଡିଗ୍ରୀ ରହିଛି। ନବରଙ୍ଗପୁରରେ ୮.୯. ରାୟଗଡ଼ାରେ ୧୦, ୬, ଭବାନୀପାଟଣାରେ ୧୦.୫, ଦାରିଙ୍ଗବାଡ଼ିରେ ୭.୫. ଘୁ. ଉଦୟଗିରିରେ ଫୁଲବାଣୀରେ ୯, ବୌଦ୍ଧରେ ୯ ୭. ଚିପିଲିମା ୯.୯, ଝାରସୁଗୁଡ଼ାରେ ୬.୮, କିରେଇରେ ୯.୩, ଲିମାରେ ଅନୁଗୋଳରେ ୧୦.୬, କେନ୍ଦୁଝରରେ ୧୧, ସୁନ୍ଦରଗଡ଼ରେ ୧୦.୨, ଭୁବନେଶ୍ବରରେ ୧୩.୬ ଏବଂ କଟକରେ ୧୩.୪ଡିଗ୍ରୀ ରହିଛି। କୋରାପୁଟ, କନ୍ଧମାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା ନବରଙ୍ଗପୁର ଆଦି ପଶ୍ଚିମ, ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଜିଲାଗୁଡ଼ିକରେ ଶୀତ ପ୍ରକୋପ ଅଧିକ ରହିଛି ।
ଅପରାହ୍ଣ ୪ଟା ବାଢିଲେ ଶୀତ ମାଡ଼ି ଆସୁଛି । ରାତି ୨ଟା ବେଳକୁ ସର୍ବନିମ୍ନ ତାପମାତ୍ରା ଖସିବା ଦ୍ବାରା ଶୀତ ପ୍ରକୋପ ବଢୁଛି । ସକାଳ ୯ଟା ପର୍ଯ୍ୟନ୍ତ ଶୀତ କମୁନାହିଁ । ଶୀତୁଆ ସକାଳରେ କୁହୁଡ଼ିର ଆସ୍ତରଣ ଦେହ ହାତକୁ କାଲୁଆ କରି ଦେଉଛି। ବୁଧବାର ସକାଳେ ରାଉରକେଲା, ସମ୍ବଲପୁର, ହୀରାକୁଦ, ଢେଙ୍କାନାଳ, ସୁବର୍ଣ୍ଣପୁର, ଫୁଲବାଣୀ, ଝାରସୁଗୁଡ଼ା, କୋରାପୁଟ, ଭବାନୀପାଟଣା ଏବଂ ବାରିପଦାର ବିଭିନ୍ନ ଅଞ୍ଚଳରେ କୁହୁଡ଼ି ଦୃଶ୍ୟମାନ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଗୁରୁବା ଚାର ସକାଳେ ଝାରସୁଗୁଡ଼ା, ସମ୍ବଲପୁର, ଢେଙ୍କାନାଳ, ସୁନ୍ଦରଗଡ଼, ସୁବର୍ଣ୍ଣପୂର, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ଅନୁଗୋଳ, କେ ଭଦ୍ରକ, ବୌଦ୍ଧ, ମୟୂର ୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲାର କିଛି ଅଞ୍ଚଳରେ ଳରେ କୁହୁଡ଼ି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି। ଝାରସୁଗୁଡ଼ା ସମ୍ବଲପୁର, ଢେଙ୍କାନାଳ, ସୁନ୍ଦରଗଡ଼ ସୁବର୍ଣ୍ଣପୁର ଏବଂ କନ୍ଧମାଳ ଜିଲାକୁ ଘନ କୁହୁଡ଼ି ପାଇଁ ଯେଲୋ ୱାଣ୍ଠି ଜାରି କରାଯାଇଛି। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ । ପାଣିପାଗ ବିଶେଷଜ୍ଞ ବିଶ୍ବଳିତ ସାହୁ କହିଛନ୍ତି, ରାଜ୍ୟରେ ରାତି ତାପମାତ୍ରା କମିବା ଆରମ୍ଭ ହୋଇଛି। ୨୫ତାରିଖ ରାତିରୁ ପାରଦ ଆହୁରି ତଳମୁହାଁ ହେବା ସହ ଶୀତ ପ୍ରକୋପ ବଢ଼ିବ। ୨୦୨୬ ଜାନୁଆରୀ ପ୍ରଥମ ସପ୍ତାହରେ ଦକ୍ଷିଣ ବଙ୍ଗୋପସାଗର ରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବ ଓଡ଼ିଶା ଉପରେ ବିଶେଷ ଭାବେ ପଡ଼ିବ ନାହିଁ ବୋଲି ବର୍ତମାନ ପାଣିପାଗ ସଙ୍କେତରୁ ଜଣାପଡ଼ୁଛି।












Click it and Unblock the Notifications