ଭିଜିବ ଓଡ଼ିଶା ;ଦକ୍ଷିଣ ଆଣ୍ଡମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ, ଚିନ୍ତାରେ ଚାଷୀ
ସେନ୍ୟାରର ଗତିପଥ କୁଆଡେ ?। ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ମଲ୍ଲକା ଉପସାଗର ମଧ୍ୟଭାଗ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଏହି ଲଘୁଚାପ ଆସନ୍ତା ୨୪ ତାରିଖରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହେବ ।

ଏହା କ୍ରମଶଃ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହିତ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ୨୭ତାରିଖ ପର୍ଯ୍ୟନ୍ତ ଏହା ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଆଗକୁ ଗତି କରିବା ସହ ଘନୀଭୂତ ହେବ । ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ, ତାହା ୨୭ ତାରିଖରେ ସ୍ପଷ୍ଟ ହେବ । କିନ୍ତୁ ଅବପାତରେ ପରିଣତ ହେବା ପରେ ୨ରୁ ୩ଦିନ ଆହୁରି ଘନୀଭୂତ ହେବା ସମ୍ଭାବନା ଥିବାରୁ ଏହା ଶକ୍ତିଶାଳୀ ହେବା ଆଶଙ୍କା ରହିଛି । ବିଭିନ୍ନ ପାଣିପାଗ ମଡେଲରେ ବାତ୍ୟାରେ ପରିଣତ ହେବା ନେଇ ଆକଳନ କରିଛନ୍ତି ।
ଶ୍ରୀଲଙ୍କା ନିକଟରେ ମଧ୍ୟ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆଗକୁ ଏହି ଦୁଇ ସିଷ୍ଟମର ପ୍ରଭାବ ପଡ଼ିବା ସମ୍ଭାବନା ରହିଛି। ECMWF ମଡେଲ ଅନୁଯାୟୀ, ଶ୍ରୀଲଙ୍କା ନିକଟରେ ଥିବା ଘୂର୍ଣ୍ଣିବଳୟ ଆଗକୁ ଲଘୁଚାପ ଓ ପରେ ଅବପାତରେ ପରିଣତ ହେବ। ଏହା ଘନୀଭୂତ ହେଲେ ଏହାର ପ୍ରଭାବ ତାମିଲନାଡୁ କିମ୍ବା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପରେ ପଡ଼ିବ। କିନ୍ତ ମଲାକ୍କା ଷ୍ଟ୍ରେଟ ନିକଟରେ ସକ୍ରିୟ ଲଘୁଚାପର ବାତ୍ୟାରେ ପରିଣତ ହେଲେ ଏହାର ପ୍ରଭାବ ଉତ୍ତର ଆନ୍ଧ୍ରପ୍ରଦେଶରୁ ବର୍ମା ପର୍ଯ୍ୟନ୍ତ ପଡ଼ିପାରେ ।
କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବା ପରେ ଏହା ରିକର୍ଭ କରିବା ସମ୍ଭାବନା ରହିଛି। GFS ମଡେଲ ଅନୁଯାୟୀ, ଶ୍ରୀଲଙ୍କା ନିକଟ ସିଷ୍ଟମ ଅଧିକ ଘନୀଭୂତ ହେବାର ସମ୍ଭାବନା କମ। କିନ୍ତୁ ମଲାକ୍କା ଷ୍ଟ୍ରେଟ ନିକଟ ସିଷ୍ଟମ ଉତ୍ତର ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ବର୍ମା ଉପରେ ପ୍ରଭାବ ପକାଇବା ସମ୍ଭାବନା ଅଧିକ ରହିଛି। ତେବେ ରାଜ୍ୟରେ ଆଗାମୀ ୬ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ସେଥିପାଇଁ କୌଣସି ସତର୍କ ସୂଚନା ଜାରି କରାଯାଇ ନାହିଁ।












Click it and Unblock the Notifications