ରାଜ୍ୟରେ ଆଜିଠୁ ୪ ଦିନ ବର୍ଷିବ, କୁଆପଥର ମାଡର ବି ରହିଛି ସମ୍ଭାବନା
ଭୁବନେଶ୍ୱର: କୋହଲା ପାଗ ସାଙ୍ଗକୁ ବର୍ଷାର ମାଡ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ବର୍ଷା ହେବା ସମ୍ଭାବନା ରହିଛି। ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ବର୍ଷାକୁ ଲକ୍ଷ୍ୟ କରି ପାଣିପାଗ ବିଭାଗ ହଳଦିଆ ଓ କମଳା ଚେତାବନୀ ଜାରି ହୋଇଛି । ଆଜି ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ବୃଷ୍ଟିପାତର ସମ୍ଭାବନା ରହିଛି। ବର୍ଷା ସାଙ୍ଗକୁ କୁଆପଥର ମାଡ ହେବ ନେଇ ମଧ୍ୟ ଜାରି ହୋଇଛି ସତର୍କତା ।

ଏହିସବୁ ଜିଲ୍ଲାରେ ରହିଛି ବର୍ଷା ସମ୍ଭାବନା:
ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ମିଳିଥିବା ସୂଚନା ମୁତାବକ ୧୦ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ବରଗଡ, ଝାରସୁଗୁଡା , ସୁନ୍ଦରଗଡ , ନୂଆପଡା, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗିର,ସୋନପୁର ଜିଲ୍ଲାରେ ଗୋଟିଏ ପୂର୍ବାନୁମାନ ଦୁଇଟି ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ଥିବାବେଳେ ଅବଶିଷ୍ଠ ଓଡ଼ିଶାରେ ପାଗ ମୁଖ୍ୟତ ଶୁଖିଲା ରହିବାର ସମ୍ଭାବନା ରହିଛି। ଜାନୁଆରୀ ୧୧ ରୁ ପଶ୍ଚିମା ଝଡ ତଥା ପୂର୍ବଦିଗରୁ ବଙ୍ଗୋପସାଗର ମଧ୍ୟରୁ ଓଡିଶା ମଧ୍ୟକୁ ପ୍ରବଳମାତ୍ରାରେ ଉଷ୍ମ - ଜଳୀୟବାଷ୍ପର ଅନୁପ୍ରବେଶ ହେତୁ, ୧୧ ରୁ ୧୪ ଜାନୁୟାରୀ ମଧ୍ୟରେ ଓଡ଼ିଶାର ଜିଲ୍ଲାଗୁଡିକରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବୃଷ୍ଟିପାତର ସମ୍ଭାବନା ରହିଛି।
ଜାନୁୟାରୀ ୧୧ ତାରିଖରୁ ୧୨ ତାରିଖ ସକାଳ ପର୍ଯ୍ୟନ୍ତ ନୂଆପଡା, କଳାହାଣ୍ଡି, କନ୍ଧମାଳ ବଲାଙ୍ଗୀର, ସୋନପୁର, ବୌଦ୍ଧ ଜିଲ୍ଲାରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବାବେଳେ ଓଡ଼ିଶାରେ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ସେହିପରି ୧୨ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଓଡିଶାର ଅନେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଥିବାବେଳେ ବରଗଡ଼, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଏବଂ ଦେବଗଡ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ କୁଆପଥର ସହିତ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି।












Click it and Unblock the Notifications