ଓଡ଼ିଶାକୁ ଆଳୁ ଛାଡ଼ିବ ନାହିଁ ପଶ୍ଚିମବଙ୍ଗ , ଟ୍ରକକୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ !

ଆଳୁ ଗାଡ଼ିକୁ ଗୋଡ଼ାଇ ଧରିଲା ପଶ୍ଚିମବଙ୍ଗ ପୋଲିସ। ପଶ୍ଚିମବଙ୍ଗରୁ ଚୋରାରେ ଓଡ଼ିଶା ଆସୁଥିବା ଆଳୁ ବୋଝେଇ ଟ୍ରକକୁ ଗୋଡ଼ାଇ ଗୋଡ଼ାଇ ଧରିଛି ପଶ୍ଚିମବଙ୍ଗ ପୋଲିସ । ଓଡ଼ିଶା ସୀମାରେ ପଶିବା ପୂର୍ବରୁ ଅଳୁ ଧରିଛି ପୋଲିସ ।

West Bengal

ଆଜି ଭୋରରେ ଏହି ଘଟଣା ଘଟିଛି । ଗୋମୁଣ୍ଡା -ବାଲିମ ରାସ୍ତା ଦେଇ ଓଡ଼ିଶାକୁ ଆଳୁ ଆସୁଥିବାର ଖବର ପାଇ ପଶ୍ଚିମବଙ୍ଗ ପୋଲିସ ଟ୍ରକକୁ ଗୋଡ଼ାଇ ଥିଲା । ଦ୍ରୁତ ଗତିରେ ଆସୁ ଥିବା ଫଳରେ ଆଳୁ ଗାଡିଟି ଓଡ଼ିଶା ଭିତରକୁ ପ୍ରେବଶ କରିବାର ପାଞ୍ଚ ଶହ ମିଟର ଲୈଲାଣପୁର ନିକଟରେ ରାସ୍ତା ପାର୍ଶ୍ୱରେ ଭାରସାମ୍ୟ ହରାଇ ପଶିଯାଇଥିଲା। ପଶ୍ଚିମବଙ୍ଗ ପୋଲିସ ଗାଡିକୁ ଜବତ କରିବା ସହ ଗାଡିରେ ଥିବା ଆଳୁ ସବୁ ଓହ୍ଲାଇ ପୁଣି ପଶ୍ଚିମବଙ୍ଗକୁ ଫେରାଇ ନେଇଛି ।

ଏପଟେ ଓଡ଼ିଶାରେ ମୁଣ୍ଡ ବିନ୍ଧା ବଢାଇଲାଣି ଆଳୁ। ମାର୍କେଟରେ ୬୦ ଟଙ୍କାରେ ବିକ୍ରି ହେଉଛି ଏହି ଅତ୍ୟାବଶ୍ୟକ ପରିବା। ଗୋଟେ ପଟେ ଯୋଗାଣ ମନ୍ତ୍ରୀ କହୁଛନ୍ତି, ଦର କମିଲାଣି ହେଲେ ଗ୍ରାହକ କିଣିବା ବେଳେ କେଜି ୬୦ ଟଙ୍କାରେ କିଣୁଛନ୍ତି। ଏହାରି ଭିତରେ ଆଜି ଭୁବନେଶ୍ୱର ଆଇଗିଣିଆ କୁବେରପୁରୀ ଆଳୁ ଗଦିରେ ପହଞ୍ଚିଛି ଆଳୁ। ଆଜି ସକାଳୁ ୫ ଟ୍ରକ ଆଳୁ ପଶ୍ଚିମବଙ୍ଗରୁ ଆସି ପହଞ୍ଚିଛି। ବ୍ୟବସାୟୀଙ୍କ କହିବା କଥା, ପ୍ରାୟ ୪ ଦିନ ହେବ ଆଳୁ ଗାଡି ଆସିନଥିଲା। ଆଜି ପଶ୍ଚିମବଙ୍ଗରୁ ୫ଟି ଗାଡି ଆସି ପହଞ୍ଚିଛି।

ଅନ୍ୟପଟେ ଆଳୁ ସଙ୍କଟ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା । ଲୋକେ କିଭଳି ଆଳୁ ପାଇବେ ତା ଉପରେ ରାଜ୍ୟ ସରକାର ଓ ଯୋଗାଣ ବିଭାଗ ଗୁରୁତ୍ୱ ଦେବା ଆବଶ୍ୟକ l ସରକାର ଯେଉଁଠୁ ଆଳୁ ଆଣନ୍ତୁ, ସେଥିରେ କିଛି କହିବାର ନାହିଁ l କିନ୍ତୁ ଓଡ଼ିଶାବାସୀ ଆଳୁ ପାଇବା ଆବଶ୍ୟକ l ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଦିନେ ଦୁଇ ଦିନ ମଧ୍ୟରେ ସମସ୍ୟା ସମାଧାନ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+