ପଶ୍ଚିମବଙ୍ଗରେ ଭୟଙ୍କର ବାଣ ବିସ୍ଫୋରଣ : ୮ ମୃତ, ଏକାଧିକ ଆହତ

ପଶ୍ଚିମବଙ୍ଗରେ ଭୟଙ୍କର ବାଣ ବିସ୍ଫୋରଣ । ବିସ୍ଫୋରଣ ଏତେ ସାଙ୍ଘାତିକ ଥିଲା ଯେ, ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଉତ୍ତର ୨୪ ପ୍ରଗଣା ଦତ୍ତାପୁକୁର ଅଞ୍ଚଳରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି ।

ରବିବାର ସକାଳ ପ୍ରାୟ ୧୦ଟା ବେଳେ ଏହି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏବେ ଭୟଙ୍କର ଥିଲା ଯେ ଆଖପାଖ ଘର ଛିନଛତ୍ର ହୋଇପଡ଼ିଥିଲା । ଏତେ ପ୍ରଚଣ୍ଡ ଥିଲା ଯେ ଘରର ଛାତ ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ଯାଇଛି । ଘର ଭିତରେ ଆଉ କିଛି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି ।

BLAST

ମୃତଦେହ ଏତେତେଣେ ପଡ଼ିଥିବା ଦେଖିବାକୁ ମିଳିଛି । ଗୁରୁତର ଆହତଙ୍କୁ ବରସାତ ହସ୍ପିଟାଲରେ ଭର୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ସମୟରେ ଫ୍ୟାକ୍ଟ୍ରିରେ ଅନେକ କର୍ମଚାରୀ ଥିଲେ। କିଛି କର୍ମଚାରୀ ଫସି ରହିଥିବା ସୂଚନା ମିଳିଛି ।

ଆହତମାନଙ୍କୁ ଚିକିତ୍ସା ପାଇଁ ବାରାସାଟ ଡାକ୍ତରଖାନା ନିଆଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ଅନ୍ୟ ଏକ ଫାୟାରଫ୍ରାକ୍ କାରଖାନାକୁ ନଷ୍ଟ କରି ଦେଇଛନ୍ତି ।

ଆଗରୁ ମଧ୍ୟ ପଶ୍ଚିମବଙ୍ଗରେ ଏହିଭଳି ଘଟଣା ଦେଖିବାକୁ ମିଳିଛି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏଯାଏଁ କିଛି ସ୍ପଷ୍ଟ ହୋଇନାହିଁ । କିଏ ସବୁ ଏଥିରେ ସଂପୃକ୍ତ ଅଛନ୍ତି ସେ ନେଇ ତଦନ୍ତ ହେବ ବୋଲି ପୋଲିସ କହିଛି।

ଏହା ପୂର୍ବରୁ ମଇରେ ପୂର୍ବ ମେଦିନୀପୁର ଜିଲ୍ଲାର ଇଗ୍ରାଠାରେ ଏକ ବେଆଇନ ବାଣ କାରଖାନା ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+