ଶ୍ରୀମନ୍ଦିରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଶ୍ରୀଜିଉଙ୍କୁ କଲେ ଦର୍ଶନ

ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କଡ଼ା ସୁରକ୍ଷା ବଳୟ ଭିତରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

Mamata Banerjee

ପୁରୀ: ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କଡ଼ା ସୁରକ୍ଷା ବଳୟ ଭିତରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଶ୍ରୀମନ୍ଦିରର ସେବାୟତଙ୍କ ପକ୍ଷରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା ।

ମହାପ୍ରଭୁଙ୍କ ଦର୍ଶନ ପରେ ମମତାଙ୍କୁ ମହାପ୍ରଭ୍ରୁଙ୍କ ଫଟୋଚିତ୍ର ଓ ଖଣ୍ଡୁଆ ଉପହାର ଦେଇଥିଲେ ସେବାୟତ । ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା , ଜିଲ୍ଲାପାଳ ସମର୍ଥ ବର୍ମା ଉପସ୍ଥିତ ରହିଥିଲେ ।

ତେବେ ପୁରୀରେ ପଶ୍ଚିମବଙ୍ଗ ସରକାର ତିଆରି କରିବେ ସ୍ୱତନ୍ତ୍ର ଗେଷ୍ଟ ହାଉସ । ସେଥିପାଇଁ ଆଜି ପ୍ରସ୍ତାବିତ ଜାଗା ଅନୁଧ୍ୟାନ କରିଥିଲେ ମମତା ବାନାର୍ଜୀ । ଏନେଇ ରାଜ୍ୟ ସରକାର ଯୋଗାଇଦେବେ ଜାଗା । କିନ୍ତୁ କେତେ ଜାଗା ପ୍ରଦାନ କରାଯିବ ସେନେଇ ମୁଖ୍ୟମନ୍ତ୍ରୀ ନେବେ ଚୂଡ଼ାନ୍ତ ନିଷ୍ପତ୍ତି । ପଶ୍ଚିମବଙ୍ଗ ପର୍ଯ୍ୟଟକଙ୍କ ପାଇଁ ତିଆରି ହେବ ଗେଷ୍ଟ ହାଉସ ।

ସେପଟେ ଜାଗା ଦେଖି ଖୁସି ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ପ୍ରତିକ୍ରିୟା ରଖି ମମତା କହିଛନ୍ତି ଯେ, ରାଜ୍ୟ ସରକାର ଜମି ଯୋଗାଇଛନ୍ତି । ପ୍ରସ୍ତାବିତ ଜାଗା ପସନ୍ଦ ଆସିଛି । ଜମିର ଅନୁଧ୍ୟାନ କରିବ ଆମ ଟିମ୍ । ଏହାପରେ ଖୁବଶୀଘ୍ର କାମ ଆରମ୍ଭ ହେବ । ପୂର୍ବରୁ ବହୁଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛି । ଓଡିଶାର ଗଣମାଧ୍ୟମ ବହୁତ ଭଲ ।

ସେପଟେ ଆସନ୍ତାକାଲି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ । ହକି ବିଶ୍ବକପ୍‌ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମମତାଙ୍କୁ ନିମନ୍ତ୍ରଣ କରିଥିଲେ । ହେଲେ ସେତେବେଳେ ଆସିପାରିନଥିଲେ । ତେଣୁ ଏବେ ନବୀନ ଦେଖାକରିବେ । ଏହି ସମୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ ବୋଲି କହିଛନ୍ତି ଦିଦି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+