ନବୀନ ନିବାସରେ ନବୀନ ମମତା ଭେଟ, ଖାଇବାକୁ ଦିଆଗଲା ଛେନାପୋଡ

Mamata Banerjee Meet CM Naveen Patnaik

ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଦୁଇଦିନିଆ ପୁରୀ ଗସ୍ତ ସମାପନ କରି ସଡକପଥରେ ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ମମତା ।

ନବୀନ-ମମତା ସାକ୍ଷାତ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । ନବୀନ ନିବାସରେ ମମତାଙ୍କୁ ମହାପ୍ରଭୁଙ୍କ ଅଙ୍ଗବସ୍ତ୍ର ଦେଇ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ । ନବୀନ ନିବାସରେ ମମତାଙ୍କୁ ମହାପ୍ରଭୁଙ୍କ ଅଙ୍ଗବସ୍ତ୍ର ଦେଇ ସ୍ୱାଗତ କରିବା ସହ ଛେନାପୋଡ ଖାଇବାକୁ ଦେଇଥିଲେ।

ପୂର୍ବରୁ ଗଣମାଧ୍ୟମକୁ ମମତା ସୂଚନା ଦେଇ କହିଥିଲେ, ହକି ବିଶ୍ୱକପ୍ ସମୟରେ ତାଙ୍କୁ ଓଡ଼ିଶା ଆସିବାକୁ ନବୀନ ନିମନ୍ତ୍ରଣ କରିଥିଲେ। କିନ୍ତୁ ଆସିପାରିନଥିଲି, ହେଲେ ପ୍ରତିଶ୍ରୁତି ଦେଇଥିଲି, ଯେତେବେଳେ ଓଡ଼ିଶା ଆସିବି, ନବୀନଙ୍କୁ ନିଶ୍ଚୟ ଭେଟିବି। ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତକାର ବୋଲି ମମତା ବାନାର୍ଜୀ କହିଛନ୍ତି। ଏହି ସାକ୍ଷାତ ଉପରେ ରାଜନୈତିକ ସମୀକ୍ଷକମାନଙ୍କ ନଜର ଥିବାବେଳେ ନବୀନଙ୍କ ସହ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ଉଲ୍ଲେଖଥାଉ କି, ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ୩ ଦିନିଆ ଓଡ଼ିଶା ଗସ୍ତର ଶେଷ ଦିନ ଥିଲା। ଗତକାଲି ଶ୍ରୀମନ୍ଦିର ଯାଇ ମହାବାହୁଙ୍କ ଦର୍ଶନ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମନ୍ଦିରର ଭିତର କାଠ ନିକଟରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲୋଡିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+