Get Updates
Get notified of breaking news, exclusive insights, and must-see stories!

କଟକ- ଭୁବନେଶ୍ୱରର ଗସ୍ତ କରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆସନ୍ତାକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଟକ-ଭୁବନେଶ୍ୱର ଆସିବାର କାର୍ଯ୍ୟକ୍ରମ ରହିଛି । ନିଜେ ମମତା ବାନାର୍ଜୀ ଏନେଇ ସୂଚନା ଦେଇଛନ୍ତି । ଟ୍ରେନ୍ ଦୁର୍ଘଟଣା ପରେ ଏହା ମମତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି, କଟକରେ ପଶ୍ଚିମବଙ୍ଗର ୫୩ ଜଣ ଆହତ ଚିକିତ୍ସାଧିନ ଅଛନ୍ତି । ଆସନ୍ତା କାଲି ମମତା ବାନାର୍ଜୀ ସେମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ରିପୋର୍ଟ ଅନୁସାରେ, ପ୍ରଥମେ କଟକରେ ଆହତଙ୍କୁ ଭେଟିବା ପରେ ସେଠାରୁ ଭୁବନେଶ୍ୱର ଯିବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଏହି ଟ୍ରେନ୍ ଦୁର୍ଘଟଣାରେ ପଶ୍ଚିମବଙ୍ଗର ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାରର ଜଣେ ଲେଖାଏ ବ୍ୟକ୍ତିଙ୍କୁ ଚାକିରି ମଧ୍ୟ ଦିଆଯିବ ବୋଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଏହାସହ ସମସ୍ତ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ । ଆହତଙ୍କୁ ୨ ଲକ୍ଷ ଏବଂ ସାମାନ୍ୟ ଆହତଙ୍କୁ ୫୦ ରୁ ୨୫ ହଜାର ଟଙ୍କା ପ୍ରଦାନ କରାଯିବ ।

mamta banarji

ଅନ୍ୟପଟେ, ବାହାନଗା ଟ୍ରେନ୍ ଦୁର୍ଘଟଣାର ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ମମତା ଏହାକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ସିବିଆଇ କ'ଣ ତଦନ୍ତ କରିବ...ଏହା ଏକ ଆକ୍ସିଡେଣ୍ଟ । ସିବିଆଇ କ୍ରିମିନାଲ କେସ୍ ତଦନ୍ତ କରେ । ଜ୍ଞାନେଶ୍ୱରୀ ଟ୍ରେନ୍ ଦୁର୍ଘଟଣାକୁ ୧୨ ବର୍ଷ ବିତି ଗଲାଣି ହେଲେ ଏପର୍ଯ୍ୟନ୍ତ ସିବିଆଇ ରିପୋର୍ଟ ଦେଇ ନାହିଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+