ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଓଡ଼ିଶାରୁ ନେଉଥିଲେ ଲୋକ : ମାଡ଼ି ବସିଲା ପରିବହନ ବିଭାଗ, ବସ୍ ଅଟକ
ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଓଡ଼ିଶାରୁ ନେଉଥିଲେ ଲୋକ । ବିନା ପରମିଟରେ ରାଜ୍ୟ ମଧ୍ୟରେ ପ୍ରବେଶ କରିଥିବାରୁ କାବୁ କରି ନେଇଛି ପରବହନ ବିଭାଗ
ପାଟଣା । ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଓଡ଼ିଶାରୁ ନେଉଥିଲେ ଲୋକ । ବିନା ପରମିଟରେ ରାଜ୍ୟ ମଧ୍ୟରେ ପ୍ରବେଶ କରିଥିବାରୁ କାବୁ କରି ନେଇଛି ପରବହନ ବିଭାଗ । ବସର ହେଲ୍ପର ଓ ଡ୍ରାଇଭରକୁ ଅଟକ ରଖି ପଚରାଉଚରା ଜାରି ରହିଛି ।
ମିଳିଥିବା ସୂଚନା ଅନୁସାରେ, ଯାତ୍ରୀବାହୀ ବସ୍ ଟି ପଶ୍ଚିମବଙ୍ଗ ନିର୍ବାଚନ ପାଇଁ କୋଲାଘାଟରୁ ସମ୍ବଲପୁରରୁ ଲୋକଙ୍କୁ ଆଣିବାକୁ ଯାଉଥିଲା ।

ଏହି ସମୟରେ ତୁରୁମୁଙ୍ଗାଠାରେ ଚାଲିଥିବା ଚେକିଂରେ ବସଟି ଧରା ପଡିଥିଲା । ବିନା ପରମିଟରେ ଓଡ଼ିଶା ଭିତରକୁ ପ୍ରବେଶ କରିଥିବାରୁ ପରିବହନ ବିଭାଗ ବସଟିକୁ ଅଟକ ରଖିଥିବା କେନ୍ଦୁଝର ପରିବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗାଡିର ଡ୍ରାଇଭର ଓ ହେଲପରକୁ ତୁରୁମୁଙ୍ଗା ଥାନାରେ ଅଟକ ରଖିଛି ପରିବହନ ବିଭାଗ ।












Click it and Unblock the Notifications