ପ୍ରକାଶ ପାଇଲା ମଧ୍ୟାହ୍ନ ଭୋଜନର ସାପ୍ତାହିକ କାର୍ଯ୍ୟସୂଚୀ; କେଉଁ ଦିନ ମଧ୍ୟାହ୍ନ ଭୋଜନରେ କ'ଣ ଦିଆଯିବ ?
ପ୍ରକାଶ ପାଇଛି ମଧ୍ୟାହ୍ନ ଭୋଜନର ସାପ୍ତାହିକ କାର୍ଯ୍ୟସୂଚୀ । କେଉଁ ଦିନ କଣ ହେବ ରୋଷେଇ ? ଶିଶୁ ବାଟିକା ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଦିଆଯିବ ପୃଷ୍ଟିକର ଖାଦ୍ୟ । ଅର୍ଥାତ ମଧ୍ୟାହ୍ନ ଭୋଜନ ସୋମବାର ଠାରୁ ଆରମ୍ଭ କରି ଶନିବାର ପର୍ଯ୍ୟନ୍ତ ଦିଆଯିବାର ବ୍ୟବସ୍ଥା କରାଯାଇଛି ।
କେଉଁ ଦିନ ମଧ୍ୟାହ୍ନ ଭୋଜନରେ କ'ଣ ଦିଆଯିବ:
ସୋମବାର: ଭାତ ଏବଂ ଅଣ୍ଡା ତରକାରୀ
ମଙ୍ଗଳବାର: ଭାତ, ସୋୟାବିନ ବଡି ଏବଂ ପୁଷ୍ଟିକର ଚାଉଳ ଲଡୁ'
ବୁଧବାର: ଭାତ, ଅଣ୍ଡା ତରକାରୀ
ଗୁରୁବାର: ଭାତ, ଡାଲମା ଏବଂ ପୁଷ୍ଟିକର ଚାଉଳ ଲଡୁ
ଶୁକ୍ରବାର: ଭାତ, ଅଣ୍ଡା ତରକାରୀ
ଶନିବାର: ଭାତ, ସୋୟାବିନ ବଡି ଏବଂ ପୁଷ୍ଟିକର ଚାଉଳ ଲଡୁ
କେଉଁ ଶ୍ରେଣୀର ପିଲାଙ୍କ ପାଇଁ ରହିବ କେତେ ପରିମାଣର ଖାଦ୍ୟ:
ଭାତ: ଶିଶୁ ବାଟିକା ଠାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ପିଲା ପିଛା ଚାଉଳ ୧୦୦ ଗ୍ରାମ । ୬ଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ପିଲା ପିଛା ଚାଉଳ ୧୫୦ ଗ୍ରାମ ଓ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ମୁଣ୍ଡ ପିଛା ୨୦୦ ଗ୍ରାମ ।

ଡାଲି: ଶିଶୁ ବାଟିକା ଠାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ପିଲାର ମୁଣ୍ଡ ପିଛା ଡାଲି ୨୫ ଗ୍ରାମ । ୬ଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ପିଲା ପିଛା ଡାଲି ୩୦ ଗ୍ରାମ । ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ମୁଣ୍ଡ ପିଛା ୩୦ ଗ୍ରାମ ଡ଼ାଲି ।
ସୋୟା ବଡି: ଶିଶୁ ବାଟିକା ଠାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ପିଲା ପିଛା ସୋୟା ବଡି ୧୨ ଗ୍ରାମ । ୬ଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ପିଲା ପିଛା ସୋୟା ବଡି ୨୫ ଗ୍ରାମ । ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ମୁଣ୍ଡ ପିଛା ୨୫ ଗ୍ରାମ ସୋୟା ବଡି ରହିବ ।
ଅଣ୍ଡା: ଶିଶୁ ବାଟିକା ଠାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ପିଲା ପିଛା ଅଣ୍ଡା ୧ଟି । ୬ଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ପିଲା ପିଛା ଅଣ୍ଡା ୧ଟି । ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ମୁଣ୍ଡ ପିଛା ମଧ୍ୟ ୧ଟି ଅଣ୍ଡା ଦିଆଯିବ ।
ତେଲ: ଶିଶୁ ବାଟିକା ଠାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ପିଲା ପିଛା ଖାଇବା ତେଲ ୫ ଗ୍ରାମ । ୬ଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ପିଲା ପିଛା ଖାଇବା ତେଲ ୭.୫ ଗ୍ରାମ । ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ମୁଣ୍ଡ ପିଛା ୭.୫ ଗ୍ରାମ ଖାଇବା ତେଲ ।
ପନିପରିବା: ଶିଶୁ ବାଟିକା ଠାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ପିଲା ପିଛା ପନିପରିବା ୬୦ ଗ୍ରାମ । ୬ଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ପିଲା ପିଛା ପନିପରିବା ୧୦୦ ଗ୍ରାମ । ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ମୁଣ୍ଡ ପିଛା ୧୦୦ ଗ୍ରାମ ।
ଚାଉଳ ଲଡୁ: ଶିଶୁ ବାଟିକା ଠାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ପିଲା ପିଛା ଚାଉଳ ଲଡୁ ୧ଟି । ୬ଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ପିଲା ପିଛା ଚାଉଳ ଲଡୁ ୧ଟି । ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ମୁଣ୍ଡ ପିଛା ମଧ୍ୟ ୧ଟି ଚାଉଳ ଲଡୁ ଆବଶ୍ୟକ ।
ରୋଷେଇ ଖର୍ଚ୍ଚ: ଶିଶୁ ବାଟିକା ଠାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ପିଲା ରୋଷେଇ ଖର୍ଚ୍ଚ ୭.୬୪ ଟଙ୍କା । ୬ଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ପିଲା ପିଛା ରୋଷେଇ ଖର୍ଚ୍ଚ ୧୦.୯୪ ଟଙ୍କା । ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ମୁଣ୍ଡ ପିଛା ମଧ୍ୟ ୧୦.୯୪ ଟଙ୍କା ରୋଷେଇ ଖର୍ଚ୍ଚ ରଖାଯାଇଛି ।
୪୫ ହଜାର ପ୍ରାଥମିକ ବିଦ୍ୟାଳୟରେ ବାଲ ବାଟିକା ୩:
ରାଜ୍ୟ ବଜେଟରେ ବାଲ୍ ବାଟିକା ପାଇଁ ଅନୁଦାନ ୩୧ ହଜାର ୧୮୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ପାଖାପାଖି ୪୫ ହଜାର ପ୍ରାଥମିକ ବିଦ୍ୟାଳୟରେ ବାଲ ବାଟିକା କରାଯାଇଛି । କିଭଳି ଭାବରେ ସମସ୍ତ ବିଦ୍ୟାଳୟ ଗୁଡିକରେ ଭିତ୍ତିଭୂମି ସୁଦୃଢ କରାଯିବା ନେଇ ମଧ୍ୟ ଗୁରୁତ୍ଵ ଦିଆଯାଇଛି ।
କେବେ ଆରମ୍ଭ ହୋଇଥିଲା ମିଡ-ଡେ ମିଲ୍ (Mid-Day Meal) ?
ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଥିବା 'ମଧ୍ୟାହ୍ନ ଭୋଜନ'ର ନାଁ ବଦଳାଇ 'ପ୍ରଧାନମନ୍ତ୍ରୀ ପୋଷଣ' ରଖାଯାଇଛି । ଦେଶବ୍ୟାପୀ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କୁ ପୋଷଣଯୁକ୍ତ ଖାଦ୍ୟ ଯୋଗାଇ ସେମାନଙ୍କୁ ପାଠପଢା ପ୍ରତି ଆକୃଷ୍ଟ କରିବାକୁ ୧୯୯୫ ଅଗଷ୍ଟ ୧୫ ତାରିଖରେ ଆରମ୍ଭ ହୋଇଥିଲା 'ମିଡ-ଡେ ମିଲ୍' ବା ମଧ୍ୟାହ୍ନ ଭୋଜନ ଯୋଜନା । ଉପସ୍ଥାନ ବଢାଇବା ଉଦ୍ଦେଶ୍ୟରେ ଏହି ଯୋଜନାରେ ସମସ୍ତ ସରକାରୀ ବିଦ୍ୟାଳୟ ଗୁଡିକରେ ୬ରୁ ୧୫ ବର୍ଷ ବୟସର ଛାତ୍ରଛାତ୍ରୀଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।












Click it and Unblock the Notifications