For Quick Alerts
Turn On Notification  
For Daily Alerts
Oneindia App Download

କାଲିଠୁ ପୁଣି ସପ୍ତାହନ୍ତ ସଟଡାଉନ୍‌, ମାର୍କେଟରେ ଆଜି ଅସମ୍ଭାଳ ଭିଡ

ଜରୁରୀ ସାମଗ୍ରୀ ନେବା ପାଇଁ ଭିଡ଼ ଲଗାଇଥିଲେ ଲୋକେ। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ମାର୍କେଟରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା। ଲୋକେ କରୋନା କଟକଣା ଭୁଲି ମାର୍କେଟରେ ବୁଲୁଥିବା ଦେଖିବାକୁ ମିଳିଥିଲା।

|

ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟରେ ଲାଗୁ ହେବ ସପ୍ତାହନ୍ତ ସଟଡାଉନ୍‌ । ଯାହାକୁ ଦୃଷ୍ଟିରେ ରଖି ଲୋକେ ଆଜି ଅତ୍ୟାବଶ୍ୟକ ସାମଗ୍ରୀ କିଣିବାରେ ବ୍ୟସ୍ତ ହୋଇପଡିଥିଲେ । ରାଜ୍ୟରେ ଜାରି ରହିଥିବା ଲକଡାଉନ ମଧ୍ୟରେ ଦିନ 12ଟା ଯାଏ ଦୋକାନ ବଜାର ଖୋଲା ରହିଥିଲା । ଆଉ ଏହି ସମୟରେ ମାର୍କେଟରେ ଦେଖିବାକୁ ମିଳିଥିଲା ଅସମ୍ଭାଳ ଭିଡ ।

crowd in market

ଜରୁରୀ ସାମଗ୍ରୀ ନେବା ପାଇଁ ଭିଡ଼ ଲଗାଇଥିଲେ ଲୋକେ। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ମାର୍କେଟରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା। ଲୋକେ କରୋନା କଟକଣା ଭୁଲି ମାର୍କେଟରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଯିଏ ଯେଉଁଠି ପାଇଲା ସେଇଠି ଗହଳି କରିଥିଲା। କେବଳ ରାଜଧାନୀ ଭୁବନେଶ୍ୱରରେ ନୁହେଁ ବରଂ ସାରା ରାଜ୍ୟରେ ଏମିତି ଚିତ୍ର ଦେଖିବାକୁ ମିଳିଛି। ସେହିପରି ବ୍ରହ୍ମପୁରରେ ମଧ୍ୟ ମାର୍କେଟରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା।

ବାଲେଶ୍ୱରରେ ମଧ୍ୟ ଛକ ବଜାରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଅମାନିଆଙ୍କୁ ସାବାଡ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ କେତେକଙ୍କୁ ଫାଇନ୍ ମଧ୍ୟ କାଟିଛି।

ସେହିପରି କୋରାପୁଟ ଜୟପୁରରେ ମଧ୍ୟ ଦୋକାନ ବଜାରରେ ଆଜି ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସକାଳୁ ସକଳୁ ଜରୁରୀ ସାମଗ୍ରୀ ନେବା ପାଇଁ ଭିଡ଼ ଲଗାଇଥିଲେ ଲୋକେ। କରୋନା ମୁକାବିଲା ଲାଗି ରାଜ୍ୟରେ ୧୪ ଦିନିଆ ଲକଡାଉନ୍‌ ଜାରି ରହିଥିବା ବେଳେ ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ଜରୁରୀ ସାମଗ୍ରୀ କିଣିବାକୁ ଅନୁମତି ରହିଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Weekend shutdown started from tomorrow in odisha: huge crowd in market today
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X