Get Updates
Get notified of breaking news, exclusive insights, and must-see stories!

ସପ୍ତାହାନ୍ତ ସଟଡାଉନ: ନିୟମ ମାନୁ ନାହାନ୍ତି ଅମାନିଆ, ଗୋଡେଇ ଗୋଡେଇ ପିଟିଲା ପୋଲିସ

ମାତ୍ର ରାଉରକେଲା ମହାନଗର ନିଗମ ଅଞ୍ଚଳରେ ମାର୍କେଟ ଭିତରେ ଲୁଚାଛପାରେ କିଛି ବ୍ୟବସାୟୀ ମାଛ ବିକ୍ରି କରିଛନ୍ତି । ଏନେଇ ସୂଚନା ମିଳିବା ପରେ ପୋଲିସ ଓ ଆରଏମସି ମିଳିତି ଭାବେ ରେଡ୍ କରିଛନ୍ତି ।

ରାଉରକେଲା: ଆସନ୍ତାକାଲିଠୁ ରାଜ୍ୟରେ କରୋନା ସଂକ୍ରମଣ ଚେକ୍ ଦେବା ପାଇଁ ରାଜ୍ୟର ସମସ୍ତ ସହରାଞ୍ଚଳରେ ସଟଡାଉନ ଲାଗୁ ହୋଇଛି । ସପ୍ତାହନ୍ତ ସଟଡାଉନ୍ ପାଇଁ ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦେଲେ ସବୁକିଛି ବନ୍ଦ ରହିଛି । ମାତ୍ର ରାଉରକେଲା ମହାନଗର ନିଗମ ଅଞ୍ଚଳରେ ମାର୍କେଟ ଭିତରେ ଲୁଚାଛପାରେ କିଛି ବ୍ୟବସାୟୀ ମାଛ ବିକ୍ରି କରିଛନ୍ତି । ଏନେଇ ସୂଚନା ମିଳିବା ପରେ ପୋଲିସ ଓ ଆରଏମସି ମିଳିତି ଭାବେ ରେଡ୍ କରିଛନ୍ତି ।

Weekend shutdown in Rourkela

ରେଡ୍ ପରେ ମାଛ ବିକ୍ରି ବନ୍ଦ ହୋଇଛି । ଆଜି ରବିବାର ଥିବାରୁ ସଂକ୍ରମଣକୁ ଖାତିର୍ ନକରି କିଛି ମାଛ ବ୍ୟବସାୟୀ ଅଧିକ ଲାଭ ଆଶାରେ ଦୋକାନ ଖୋଲିଥିଲେ । ରେଡ୍ ପରେ ସେମାନେ ମାଛ ଛାଡ଼ି ଦୌଡ଼ି ପଳାଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ଏବେ କୋଭିଡ୍ ରେଡ୍ ଜୋନରେ ଥିବାବେଳେ ଜିଲ୍ଲାରେ ୫ ହଜାର ୯୮୧ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ତଥାପି କିଛି ଲୋକ କରୋନା କଟକଣାକୁ ମାନୁ ନାହାଁନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+