• search
For Quick Alerts
Turn On Notification  
For Daily Alerts

କାଲିଠୁ ସପ୍ତାହାନ୍ତ ସଟଡାଉନ: ଜଣାନ୍ତୁ; କଣ ରହିବ ବନ୍ଦ, କଣ ରହିବ ଖୋଲା ?

|

ଭୁବନେଶ୍ୱର: କାଲିଠୁ ସହରାଂଚଳରେ ଆରମ୍ଭ ହେବ ସପ୍ତାହାନ୍ତ ସଟଡାଉନ। ପୂର୍ବ ନିଷ୍ପତ୍ତି ମୁତାବକ୍ ବନ୍ଦ ରହିବ ସମସ୍ତ ଦୋକାନ ବଜାର ଓ ଗାଡି ଚଳାଚଳ । କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ତେବେ ଆଜି ରାତି ୯ଟାରୁ ସୋମବାର ସକାଳ ୫ଟା ଯାଏଁ ବନ୍ଦ ରହିବ ଚଳାଚଳ ।

Weekend shutdown

ସେପଟେ ସଟଡ଼ାଉନ୍ ବେଳେ କେବଳ ଜରୁରୀକାଳୀନ ସେବାରେ ନିୟୋଜିତ ବ୍ୟକ୍ତିଙ୍କୁ ବାଦ୍ ଦେଲେ ଆଉ କେହି ଘରୁ ବାହାରିବାକୁ ମନା ହୋଇଛି । ମେଡ଼ିକାଲ, ବିଦ୍ୟୁତ୍, ଜଳ ଯୋଗାଣ, କନଷ୍ଟ୍ରକସନ୍ ଗଣମାଧ୍ୟମ, କାମ ଭଳି ଜରୁରୀ ସେବାରେ ନିୟୋଜିତ ଥିବା ବ୍ୟକ୍ତି ନିଜର ପରିଚୟ ପତ୍ର ଦେଖାଇ ଯାଇପାରିବେ । ଯଦି କେହି ବିନା କାମରେ ଘରୁ ବାହାରିବେ ତେବେ ସେମାନଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ।

ସଟଡାଉନ ସମୟରେ ଯେପରି ଅତ୍ୟାବଶ୍ୟକୀୟ ସାମଗ୍ରୀ ବାଧା ପ୍ରାପ୍ତ ନହୁଏ ସେ ସବୁ ଦୃଷ୍ଟି ଦିଆଯାଇଛି । ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପକୁ ବାଦ୍ ଦେଲେ ବାକି ସମସ୍ତ ଦୋକାନବଜାର ବନ୍ଦ ରହିବ । ଅନ୍ୟ ରାଜ୍ୟରୁ ପରିବା, ତେଜରାତି ସାମଗ୍ରୀ ନେଇ ଆସୁଥିବା ଟ୍ରକରୁ ଯେମିତି ମାଲ୍‌ ଅନ୍‌ଲୋଡ୍ ହୋଇ ପାରିବ ତା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Weekend shutdown from tomorrow in Odisha
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X