Get Updates
Get notified of breaking news, exclusive insights, and must-see stories!

ଏଣିକି ଶିବ ମନ୍ଦିରରେ ଗଞ୍ଜେଇ ମନା! ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଚିଠି ଲେଖି ଦିଆଗଲା ନିର୍ଦ୍ଦେଶ

ଭୁବନେଶ୍ୱର: ଏଣିକି ଶିବ ମନ୍ଦିରରେ ଗଞ୍ଜେଇ ମନା । ଏନେଇ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଚିଠି ଲେଖି ଦିଆଗଲା ନିର୍ଦ୍ଦେଶ । ଓଡ଼ିଶାର ବିଭିନ୍ନ ଶୈବ ପୀଠ ମାନଙ୍କରେ ଗଂଜେଇ ବ୍ୟବହାର ନିଷେଧ ପାଇଁ ଆବଶ୍ୟକ ପଦକ୍ଷପ ନେବା ପାଇଁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

ସୂଚନାଥାଉ ଯେ, ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ପ୍ରଥମେ ଶିବ ମନ୍ଦିରରେ ଗଞ୍ଜେଇ ନିଷେଧ କରିବାକୁ ଚିଠି ଲେଖି ଅବଗତ କରାଯାଇଥିଲା ଏହା ପରେ ଓଡ଼ିଶା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଥିଲେ ।

shiv temple

ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି, 'ଶୈବପୀଠରେ ଗଞ୍ଜେଇ ମିଷେଧ ଏକ ସ୍ୱାଗତଯୋଗ୍ୟ ପଦକ୍ଷପ । ମୁଁ ଏହାକୁ ସମର୍ଥନ କରୁଛି ।' ସେ ଆହୁରି କହିଛନ୍ତି, କେବେଳ ଶୈବପୀଠରେ ନୁହେଁ କୌଣସି ଧର୍ମପୀଠରେ ମଧ୍ୟ ନିଶା ଦ୍ରବ୍ୟର ବ୍ୟବହାର ହେବା ଉଚିତ୍ ନୁହେଁ । ସେପଟେ ଅନେକ ସ୍ଥାନରେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ ମଧ୍ୟ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+