ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବରଯାତ୍ରୀ ଗାଡ଼ି, ଦୁର୍ଘଟଣାରେ ଜଣେ ମୃତ, ୬ ଆହତ
ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଗାଡି। ଦୁର୍ଘଟଣାରେ ଗଲା ଡ୍ରାଇଭରର ଜୀବନ। ୬ ଜଣ ଗୁରୁତର ହୋଇଛନ୍ତି। ମୃତ ଡ୍ରାଇଭର ଜୁନାଗଡ଼ ଥାନା ବରଗାଁର ଭଜନ କର ହୋଇଥିବା ଜଣାପଡିଛି। ସେହିପରି ଗୁରୁତର ମାନେ ସେହି ଗାଁର ସୁବାସ ଖମାରୀ, ବବଲୁ ହରିଜନ, ସୁମନ୍ତ କର, ଧର୍ମରାଜ କର, ଅରୂପ ଖମାରୀ ଏବଂ ତୋଫାନ ସୁନାନୀ ବୋଲି ଜଣାପଡିଛି। ୨୬ ନମ୍ୱର ଜାତୀୟ ରାଜପଥ କୋକସରା ଥାନା ଚିଲିଗୁଡା ଗାଁ ନିକଟସ୍ଥ ରାସ୍ତାରେ ଏଭଳି ଘଟଣା ଘଟିଛି।

ସୂଚନା ମୁତାବକ, ଏକ ବରଯାତ୍ରୀ ଗାଡି ଛତିଶଗଡ କେରେଣ୍ଡୁଳକୁ ଯାଇ ନିଜ ଗାଁକୁ ଫେରୁଥିଲା। ଶୁକ୍ରବାର ଭୋର ସମୟରେ ଫେରିବା ବେଳେ ଭାରସାମ୍ୟ ହରାଇ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଜାତୀୟ ରାଜପଥ ୨୬ କୋକସରା ଥାନା ଚିଲିଗୁଡା ଗାଁ ନିକଟରେ ଗାଡ଼ିଟି ରାସ୍ତା କଡରେ ଓଲଟି ପଡିଥିଲା। ଫଳରେ ଗାଡ଼ିର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା ଏବଂ ଗାଡ଼ିରେ ଥିବା ଅନ୍ୟ ୬ ଜଣ ଗୁରୁତର ହୋଇଥିଲେ।
ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ପୋଲିସ ପହଞ୍ଚିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ବାହିନୀର ଏକ ଟିମ୍ ଗୁରୁତର ମାନଙ୍କୁ ଉଦ୍ଧାର କରି କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେପଟେ କୋକସରା ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ ଚଳାଇଛି।












Click it and Unblock the Notifications