ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟର ୱେବ୍ ସାଇଟ୍ ଲୋକାର୍ପଣ
Website launch of Govt College of Art and Crafts, khallikote http://gcacodisha.nic.in by Ashwini kumar Patra, Minister of State in the Ministry Tourism at lol Sabha Bhavan
ଭୁବନେଶ୍ୱର: ଆଜି ଲୋକସେବା ଭବନ ପରିସରରେ ରାଜ୍ୟ ପର୍ଯ୍ୟଟନ, ଓଡ଼ିଶା ଭାଷା,ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ,ଖଲିକୋଟ ୱେବ୍ ସାଇଟ୍ http://gcacodisha.nic.inର ଲୋକାର୍ପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ,ଓଡ଼ିଆ ଭାଷା ,ସାହିତ୍ୟ ଓ ,ସଂସ୍କୃତି ବିଭାଗ ଶ୍ରୀ ମଧୁସୂଦନ ପାଢୀ,ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ । ୱେବ୍ ସାଇଟ୍ କୁ ଲୋକର୍ପଣ କରିବା ସହ ମାନନୀୟ ମନ୍ତ୍ରୀ ଏହାର ଉପଯୋଗିତା ବିଷୟରେ ମଧ୍ୟ ଅଲୋଚନା କରିଛଥିଲେ ।

ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ, ଏକ ପୁରାତନ କଳା ଅନୁଷ୍ଠାନ ।ଯାହା ମନୋରମ ପରିବେଷ୍ଟନୀ ମଧ୍ୟରେ ୧୯୫୭ ମସିହାରେ ପ୍ରତିଷ୍ଠା ହୋଇଥିଲା । ଏହି ମହାବିଦ୍ୟାଳୟ କଳାର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିବା ସହିତ ଦେଶର ପୂର୍ବାଞ୍ଚଳରେ ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ସୁନାମ ଅର୍ଜନ କରିଛି । ଏହି ମହାବିଦ୍ୟାଳୟରେ ଓଡ଼ିଶା ସମେତ ପଶ୍ଚମ ବଙ୍ଗ ,ଅରୁଣାଞ୍ଚଳ ପ୍ରଦେଶ ,ବିହାର ,ଉତ୍ତରପ୍ରଦେଶ , ଓ ଦିଲ୍ଲୀରୁ ଅନେକ ଛାତ୍ରଛାତ୍ରୀ ଆସି ଏଠି ପାଠପଢୁଛନ୍ତି ।
ଏହି ୱେବ୍ ସାଇଟ୍ ଲୋକାର୍ପିତ ହେବା ଦ୍ୱାରା ଅନେକ ଛାତ୍ରଛାତ୍ରୀ ଉପକୃତ ହେବେ ଓ ସହଜରେ ପ୍ରତ୍ୟତ ସୂଚନା ପାଇପାରିବେ ।ଏହା ସହିତ କଳାକାରିତା ତଥା ଓ କଳାର ପ୍ରଚାର ପ୍ରସାରରେ ମଧ୍ୟ ଅଭିବୃଦ୍ଧି ହେବ । ୱେବ୍ ସାଇଟ୍ କୁ ଲୋକର୍ପଣ ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ସୁବ୍ରତ କୁମାର ମଲ୍ଲିକ ସ୍ୱାଗତ ଭାଷଣରେ ଏହି ୱେବ୍ ସାଇଟ୍ ପ୍ରସ୍ତୁତି ଓ ଲୋକାର୍ପଣ ପାଇଁ ଉପସ୍ଥିତ ଅତିଥି ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ଅନୁଷ୍ଠାନର ପୂର୍ବତନ ଅଧ୍ୟକ୍ଷ ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀ ଜୟନ୍ତ ଦାସ ଓ ଅନ୍ୟ ଅଧ୍ୟପକମାନେ ଉପସ୍ଥିତ ଥିଲେ ।












Click it and Unblock the Notifications