ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନିଭୂତ ହେବାରେ ଲାଗିଛି । ଆସନ୍ତା ୨୪ ତାରିଖରେ ତାହା ଅବପାତରେ ପରିଣତ ହେବ ବୋଲି ଭୁବନଶ୍ବର ପାଣିପାଗ କେନ୍ଦ୍ର ଆକଳନ କରିଛି । ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହେବ । କିନ୍ତୁ ଆଗାମୀ ୭ ଦିନ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି ।

ବର୍ଷାକୁ ଦୃଷ୍ଟିରେ ରଖି ଚାଷୀଭାଇ ମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଧାନ ପାଚିଥିଲେ ତୁରନ୍ତ କାଟି ଦିଅନ୍ତୁ କିମ୍ବା ଅମଳ ହୋଇ ପଡ଼ିଥିଲେ ତୁରନ୍ତ ଧାନ ଖଳାକୁ ନେଇ ଆସନ୍ତୁ ବୋଲି ସତର୍କ କରାଇଛି ପାଣିପାଗ କେନ୍ଦ୍ର ।












Click it and Unblock the Notifications