ବଦଳିବ ପାଗ, ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା
ତାତିରେ ରେକର୍ଡ କଲା ଝାରସୁଗୁଡ଼ା । ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ସର୍ବାଧିକ ୩୯.୬ ଡିଗ୍ରୀ ସେଲସିଅସ୍ ତାପମାତ୍ରା ରେକର୍ଡ କରାଯାଇଛି । ଯାହା ଏକ ନୂଆ ରେକର୍ଡ । ଦେଶର ସର୍ବାଧିକ ଉତ୍ତପ୍ତ ଅଞ୍ଚଳ ପାଲଟିଛି ଝାରସୁଗୁଡ଼ା । ଅନ୍ୟପାଟେ ରାଜ୍ୟରେ ଆସନ୍ତା ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । କିନ୍ତୁ ଗରମ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ୮ ତାରିଖ ବେଳକୁ ଉତ୍ତର ଓଡ଼ିଶାରେ ବଦଳିବ ପାଗ । ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।

୮ ତାରିଖ ପାଇଁ ଜଗତସିଂପୁର,କେନ୍ଦ୍ରାପଡ଼ା,ଭଦ୍ରକ,ବାଲେଶ୍ଵର,କେନ୍ଦୁଝର,ମୟୂରଭଞ୍ଜ,ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ସେହିପରି ୯ ତାରିଖରେ ବରଗଡ଼,ଝାରସୁଗୁଡ଼ା,ସମ୍ବଲପୁର, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ଢେଙ୍କାନାଳ, କେନ୍ଦୁଝର, କଟକ, ଯାଜପୁର, ମୟୂରଭଞ୍ଜ,ଭଦ୍ରକ, ବାଲେଶ୍ଵର,କେନ୍ଦ୍ରାପଡ଼ା ଓ ଜଗତସିଂହପୁର ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡଘଡ଼ି ସମ୍ଭାବନା ରହିଛଇ । ୩୦ ରୁ ୪୦ କିମି ବେଗରେ ପବନ ବହିପାରେ।
-
ଦତ୍ତେଶ୍ବରଙ୍କ ନାମାଙ୍କନ ପରେ ନବୀନଙ୍କୁ ପ୍ରଶଂସା ଅଜାଡ଼ିଦେଲେ ଭକ୍ତ ଦାସ -
ନାମାଙ୍କନ ପରେ ଜିତିବା ନେଇ ଦୃଢ଼ୋକ୍ତି ପ୍ରକାଶ କଲେ ଦିଲ୍ଲୀପ ରାୟ, କହିଲେ ୨୦୦୨ ପରି ଜିତାପଟ ହାସଲ କରିବି -
କଟକ ମୁଣ୍ଡଳି CISF କ୍ୟାମ୍ପ୍ରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ -
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ, କହିଲେ ଅଧୁରା ସ୍ୱପ୍ନ ପୂରଣ -
ଦିଲ୍ଲୀପ ରାୟଙ୍କ ବିଜୟ ନିଶ୍ଚିତ କହିଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ -
ମାର୍ଚ୍ଚ ୩୧ରେ ଦେଶ ନକ୍ସଲବାଦରୁ ମୁକ୍ତ ହେବ କହିଲେ ଶାହ -
ସଂତୃପ୍ତ ଓ ଦତ୍ତେଶ୍ବରଙ୍କ ପ୍ରାର୍ଥିପତ୍ର ଦାଖଲ ପରେ ନବୀନଙ୍କ ପ୍ରତିକ୍ରିୟା, ସମ୍ଭାବ୍ୟ ମେଣ୍ଟ ସମ୍ପର୍କିତ ପ୍ରଶ୍ନରେ କହିଲେ ସମୟ -
ସରିଲା ଓଡ଼ିଶା ଗସ୍ତ, ଦିଲ୍ଲୀ ଫେରିଲେ ଶାହ -
ଆଜି ଓଡ଼ିଶା ଆସିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହ -
ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ, ବିଜେପିରୁ ମନମୋହନ ସାମଲ ଓ ସୁଜିତ କୁମାର -
କାହିଁକି ଏହି ଦୁଇ ଦେବତା ଶନିଦେବ ଏବଂ ଯମମହାରାଜ କଳା ପୋଷାକ ପିନ୍ଧନ୍ତି, ଏହି ରଙ୍ଗର କ'ଣ ମହତ୍ତ୍ୱ ଅଛି ? -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି












Click it and Unblock the Notifications