ଆଜି ରାଜ୍ୟରେ ଏକାଧିକ ସ୍ଥାନରେ ବିଜୁଳି ଘଡ଼ଘଡି ସହ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର:ରାଜ୍ୟରେ ଜାରି ରହିଛି କାଳବୈଶାଖୀର ପ୍ରକୋପ । ଆଜି ମଧ୍ୟ ଏକାଧିକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୟେଲୋ ୱାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ ।

ଟ୍ରପ ଲାଇନ୍ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି କାଳବୈଶାଖୀ ତାଣ୍ତବ । ସୂଚନା ଅନୁସାରେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ଲାଗିରହିବ । ଦକ୍ଷିଣ ଓଡ଼ିଶାର ଗଜପତି, ଗଞ୍ଜାମ, ରାୟଗଡ଼ା ଏବଂ କନ୍ଧମାଳରେ ବର୍ଷା ସାଙ୍ଗକୁ ଝଡ ପବନ ଓ ଘଡଘଡି ବଜୁଳି ପାଇଁ ୟଲୋ ଆଲର୍ଟ ଜାରି କରାଯାଇଛି । ବର୍ଷା ସହ ୪୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

weather update

ସେହିପରି ଆଜି ମଧ୍ୟ କେତେକ ଜିଲ୍ଲାରେ କୁଆପଥର ସହ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ଗଜପତି, ଗଞ୍ଜାମ, ରାୟଗଡ଼ା ଏବଂ କନ୍ଧମାଳରେ କୁଆପଥର ବର୍ଷା ସହ ଝଡପବନ, ବିଜୁଳି, ଘଡଘଡ଼ି ହେବାର ଆଶଙ୍କା ରହିଛି । ଆସନ୍ତାକାଲି ଉତ୍ତର, ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ଦୈନିକ ତାପମାତ୍ରା ମଧ୍ୟ ୩୭ ରୁ ୩୮ ଡିଗ୍ରୀ ବିଭିନ୍ନ ସ୍ଥାନରେ ରହିବା ସହ ପ୍ରବଳ ଖରା ମଧ୍ୟ ଦିନ ବେଳା ଅନୁଭୂତ ହେବ ହେଲେ ଅପରାହ୍ନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି ଯେଉଁଥି ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+