ଆସୁଛି ଶୀତ, ଆହୁରି ଥରିବ ଓଡ଼ିଶା
୧୬ ଜିଲ୍ଲାକୁ ହାଇ ଆଲର୍ଟ କରିଛି ପାଣିପାଗ ବିଭାଗ। ଆସନ୍ତା ୩ ଦିନ ପାଇଁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରି ଜାରି ରହିବ।
ଭୁବନେଶ୍ୱର: ଆସୁଛି ଶୀତ, ଆହୁରି ଥରିବ ଓଡ଼ିଶା । ଏନେଇ ୧୬ ଜିଲ୍ଲାକୁ ହାଇ ଆଲର୍ଟ କରିଛି ପାଣିପାଗ ବିଭାଗ। ଆସନ୍ତା ୩ ଦିନ ପାଇଁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରି ଜାରି ରହିବ। ଆଗାମୀ ୨୪ ଘଣ୍ଟାରେ ୫ ଜିଲ୍ଲାରେ ପ୍ରବଳ ଶୀତ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ରହିଛି।

ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ୧୧ ଜିଲ୍ଲା ପାଇଁ ଶୀତ ଲହରି ସକାଶେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। କୋରାପୁଟ, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ, ବୌଦ୍ଧ, ସୋନପୁର, କଟକ, ଢ଼େଙ୍କାନାଳ, କେନ୍ଦୁଝର, ବାଲେଶ୍ୱର, ଦେବଗଡ଼କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଉପକୂଳବର୍ତ୍ତୀ ଜିଲ୍ଲାରେ ତାପମାତ୍ରା ରାତିରେ ୩ରୁ ୪ ଡିଗ୍ରୀ କମିବା ସମ୍ଭାବନା ରହିଛି।












Click it and Unblock the Notifications