ଧଳା ଚାଦର ତଳେ ରାଜଧାନୀ
ସାରା ରାଜ୍ୟରେ ଘନ କୁହୁଡି । କୁହୁଡିର ଧଳା ଚଦର ଘୋଡେଇ ହେଇଛି ସାରା ରାଜ୍ଯ ।
ଭୁବନେଶ୍ୱର: ସାରା ରାଜ୍ୟରେ ଘନ କୁହୁଡି । କୁହୁଡିର ଧଳା ଚଦର ଘୋଡେଇ ହେଇଛି ସାରା ରାଜ୍ଯ । ସେହିପରି ରାଜଧାନୀରେ ମଧ୍ୟ ଜନଜୀବନ ଅସ୍ତବ୍ୟସ୍ତ । ୨୦ରୁ ୩୦ ମିଟର ଦୂର ପର୍ଯ୍ୟନ୍ତ ଦେଖାଯାଉନି ରାସ୍ତାଘାଟ । ଯାତାୟାତ ବାଧାପ୍ରାପ୍ତ ହେଉଛି ।

ସେହିପରି ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁପର, ଖୋର୍ଦ୍ଦା, ପୁରୀ, କନ୍ଧମାଳ, ଅନୁଗୁଳ କଟକରେ ସକାଳୁ ସକାଳୁ ଦେଖିବାକୁ ମିଳିଛି ଘନ କୁହୁଡ଼ି । ସର୍ବନିମ୍ନ ଦୃଶ୍ୟମାନ ଦୂରତା ୫୦ମିଟର ରହିଛି ।ସେପଟେ ଗଜପତି ପାରଳାଖେମୁଣ୍ଡି ତଥା ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳିଛି ଘନ କୁହୁଡିର ଦୃଶ୍ୟ । କୁହୁଡିରେ ଆଚ୍ଛାଦିତ ହୋଇଛି ସମସ୍ତ ସହର । ଏପରିକି ୫୦ମିଟର ଦୂର ମଧ୍ୟରେ ବି କିଛି ଦେଖାଯାଉନାହିଁ ।
ଘନ କୁହୁଡିର ପ୍ରଭାବରେ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇଯାଇଥିବା ବେଳେ ଯାନ ବାହାନ ଚଳାଚଳରେ ମଧ୍ୟ ଅନେକ ବାଧା ସୃଷ୍ଟି ହୋଇଛି ।












Click it and Unblock the Notifications