Get Updates
Get notified of breaking news, exclusive insights, and must-see stories!

ଜଳୁଛି ଭୁବନେଶ୍ୱର, ରାଜ୍ୟର ସବୁଠୁ ଉତ୍ତପ୍ତ ସହର ରାଜଧାନୀ

ଲଗାତାର ୪ ଦିନ ହେବ ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ପ୍ରତିଦିନ ରେକର୍ଡ ଭାଙ୍ଗୁଛି ରାଜଧାନୀ ତାତି।

ଭୁବନେଶ୍ୱର: ସାରା ରାଜ୍ୟରେ ରାଜଧାନୀ ଭୁବନେଶ୍ୱର ପାଲଟିଛି ଉତ୍ତପ୍ତ ପିଣ୍ଡ । ଲଗାତାର ୪ ଦିନ ହେବ ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ପ୍ରତିଦିନ ରେକର୍ଡ ଭାଙ୍ଗୁଛି ରାଜଧାନୀ ତାତି। ଶନିବାର ମଧ୍ୟ ୪୦ ଡିଗ୍ରୀ ସେଲସିୟସ୍‌ ଡେଇଁଛି ପାରଦ। ସ୍ୱାଭାବିକଠାରୁ ୭ ଡିଗ୍ରୀ ସେଲସିୟସ୍‌ ଉପରକୁ ଉଠି ତାପମାତ୍ରା ୪୦.୬ ଡିଗ୍ରୀରେ ପହଞ୍ଚିଛି । ଭୁବନେଶ୍ୱର ସମେତ ରାଜ୍ୟର ୬ଟି ସହରରେ ଦିନ ତାପମାତ୍ରା ୩୮ ଡିଗ୍ରୀ ଅତିକ୍ରମ କରିଥିବା ରେକର୍ଡ କରାଯାଇଛି।

temperature bhubaneswar today

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଏବେ ଆଉ ତାତିରୁ ନିସ୍ତାର ନାହିଁ । ଆହୁରି ୨/୩ ଦିନ ଏମିତି ଛଟପଟ କରିବ ଅସ୍ୱାଭାବିକ ଗରମ । ତା'ପରେ ସାମାନ୍ୟ କମିପାରେ । କିନ୍ତୁ ୬ରୁ ପୁଣି ଜଳିବ ସାରା ଓଡ଼ିଶା । ପାଣିପାଗ ବିଭାଗ ସତର୍କ କରାଇଛି, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଅନୁଗୁଳ, ମୟୂରଭଞ୍ଜ ସମେତ ଭୁବନେଶ୍ୱର ସହରରେ ଆସନ୍ତା ୨ଦିନ ଭୀଷଣ ଗରମ ଅନୁଭୂତ ହେବ । ଏପରିକି ସ୍ୱାଭାବିକ ଠାରୁ ୫ଡିଗ୍ରୀ ଅଧିକ ରହିପାରେ ପାରଦ । ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପଦାକୁ ଯିବାବେଳେ ସତର୍କତା ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+