ଜାଡରେ ଥରୁଛି ସାରା ରାଜ୍ୟ, ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା
ଜାଡରେ ଥରୁଛି ସାରା ରାଜ୍ୟ । ରାଜ୍ୟର ୧୨ ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି ।
ଭୁବନେଶ୍ୱର: ଜାଡରେ ଥରୁଛି ସାରା ରାଜ୍ୟ । ରାଜ୍ୟର ୧୨ ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ମୁଖ୍ୟତଃ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରକୋପ ବଢିବାରେ ଲାଗିଛି । ତେବେ ଦାରିଙ୍ଗବାଡ଼ିରେ ଆଜି ସର୍ବନିମ୍ନ 9 ଡିଗ୍ରୀ ତାପମାତ୍ର ରେକର୍ଡ କରାଯାଇଛି ।

ସେହିପରି ଫୁଲପାଣୀ ରାଜ୍ୟର ଦ୍ୱିତୀୟ ଶୀତୁଆ ସହର ହୋଇଛି ।ଏଠାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଛି । ସୋନପୁରରେ ତାପାମାତ୍ରା ୧୧. ୪ ଡିଗ୍ରୀ, ଅନୁଗୁଳରେ ୧୧. ୬, ବାରିପଦାରେ ୧୨ ଡିଗ୍ରୀ, କେନ୍ଦୁଝରରେ ୧୨. ୪, ତାଳଚେରରେ ୧୨. ୫, ଭବାନୀଟପାଟଣଆରେ ୧୩. ୬, ଝାରୁସୁଗଡ଼ାରେ ୧୩. ୮ କୋରାପୁଟରେ ୧୪, କଟକରେ ୧୪. ୫ ଏବଂ ଚାନ୍ଦବାଲିରେ ୧୪. ୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।












Click it and Unblock the Notifications