୨୬ରୁ ପୁଣି ପଶ୍ଚିମା ଝଡ଼, ବିଜୁଳି ଘଡଘଡି ସହ ହେବ ବର୍ଷା

ଭୁବନେଶ୍ୱର: ଆସୁଛି ଆଉ ଏକ ପଶ୍ଚିମାଝଡ଼ । ରାଜ୍ୟରେ ୨୬ରୁ ଦେଖିବା ପାଇଁ ମିଳିବ ପଶ୍ଚିମାଝଡ଼ର ପ୍ରଭାବ । ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି,ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ୨୭କୁ ରାଜ୍ୟରେ ବର୍ଷା ବଢିବ । ୨୭ ତାରିଖରେ ୧୧ ଉପକୂଳ ଜିଲ୍ଲା ସମେତ ଆଖପାଖ ଜିଲ୍ଲାରେ ମଧ୍ୟ ଜାରି ରହିବ ବିଜୁଳି ଘଡଘଡି ସହ ପବନ । ସତର୍କ ରହିବା ପାଇଁ ପାଣିପାଗ ବିଭାଗ ଦେଲେ ନିର୍ଦ୍ଦେଶ ।
ଅନ୍ୟପକ୍ଷରେ ଆଜିଠୁ ରାଜ୍ୟରେ ସାମାନ୍ୟ ପାଗ ପରିବର୍ତ୍ତନ ହୋଇଛି । ଆଜିଠୁ ତାପମାତ୍ରା ବୃଦ୍ଧି ପାଇପାରେ ସେହିପରି କିଛି କିଛି ସ୍ଥାନରେ ପାଗ ମେଘୁଆ ରହିବ । ସ୍ୱଭାଭିକ ତାପମାତ୍ରା ଠାରୁ ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବ । ସର୍ବାଧିକ ତାପମାତ୍ରା ୩୬ଡିଗ୍ରୀ ଛୁଇଁବା ନେଇ ପୂର୍ବନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ସଂଧ୍ୟା ବେଳେ ବର୍ଷା ହେବାର ସମ୍ଭାବନା ରହିଛି । ଆଜି କାଳବୈଶାଖୀ ପାଇଁ ୮ଟି ଜିଲ୍ଲାକୁ ୟେଲୋା4 ଆଲର୍ଟ ଜାରି କରାଯାଇଛି । ମୟୂରଭଞ୍ଜ, କନ୍ଧମାଳ, ଗଜପତି, କୋରାପୁଟ, ନବରଙ୍ଗପୁର, ବାଲେଶ୍ୱର, ମାଲକାନଗିରି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।












Click it and Unblock the Notifications