ଆସନ୍ତାକାଲି ଲ୍ୟାଣ୍ଡଫଲ କରିବ ବାତ୍ୟା ‘ନିଭାର୍’, ଓଡିଶାକୁ ନାହିଁ ବିପଦ
ଅବପାତର ରୂପ ନେଲା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଓ୍ୱେଲମାର୍କ ଲୋ ପ୍ରେସର ।
ଭୁବନେଶ୍ୱର: ଅବପାତର ରୂପ ନେଲା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଓ୍ୱେଲମାର୍କ ଲୋ ପ୍ରେସର । ତେବେ ଏହା ଏବେ ଅଧିକ ଶକ୍ତିଶାଳୀ ହୋଇ ସ୍ଥଳ ଭାଗ ଆଡ଼ରେ ମୁହାଁଇବାରେ ଲାଗିଛି।
ଆଜି ସକାଳ ୮ଟା ସୁଦ୍ଧା ଅବପାତ ପୁଡୁଚେରିଠାରୁ ୫୫୦ କିମି ଓ ଦକ୍ଷିଣପୂର୍ବ ଚେନ୍ନାଇଠାରୁ ୫୯୦ କିମି ଦୂରତାରେ ରହିଥିଲା। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବ 'ନିଭାର୍' । ଓଡିଶା ଉପରେ କୌଣସି ପ୍ରଭାବ ରହିବନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସ୍ଥଳ ଭାଗ ଅତିକ୍ରମ କରିବା ବେଳେ ବାତ୍ୟା ନିଭାର ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ନେଇଥିବ। ତେଣୁ ପବର ବେଗ ଘଣ୍ଟା ପ୍ରତି ୧୨୦ରୁ ୧୩୦ କିମି ରହିବ। ପ୍ରବଳରୁ ଅତିପ୍ରବଳ ବର୍ଷାର ଆଶଙ୍କା ମଧ୍ୟ ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବାତ୍ୟା 'ନିଭାର୍'ର ପ୍ରଭାବ ତାମିଲନାଡୁ ଏବଂ ପୁଡୁଚେରୀ ଓ ଦକ୍ଷିଣ ଆଂଶିକ ଭାବେ ଓଡିଶାର କିଛି ଅଞ୍ଚଳରେ ଦେଖିବାକୁ ମିଳିପାରେ । ଉତ୍ତର-ପଶ୍ଚିମ ଆଡ଼କୁ ଗତି କରି ଆସନ୍ତାକାଲି ଅପରାହ୍ଣ ସୁଦ୍ଧା କରାଇକାଲ୍ ଓ ମାଲ୍ଲାପୁରମ୍ ମଧ୍ୟ ଦେଇ 'ଭୀଷଣ ବାତ୍ୟା' ରୂପରେ ତାମିଲନାଡ଼ୁ ଓ ପୁଡୁଚେରି ଉପକୂଳ ଦେଇ ଅତିକ୍ରମ କରିବ।
ତେବେ ବାତ୍ୟା ନିଭାରକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ୬ଟି ଟ୍ରେନକୁ ସଂପୂର୍ଣ୍ଣ ଭାବେ ବାତିଲ କରିଥିବା ବେଳେ ୯ଟି ଟ୍ରେନକୁ ଆଶିଂକ ବାତିଲ କରିଛନ୍ତି।












Click it and Unblock the Notifications