ଜଳୁଛି ଓଡ଼ିଶା, ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର
ଭୁବନେଶ୍ୱର: ତତଲା କଡ଼େଇରେ ସିଝୁଛି ସାରା ଓଡ଼ିଶା । ଆଜି ବି ସାରା ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହୋଇଛି । ଦିନ 11.30 ସୁଦ୍ଧା ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ଏଠାରେ ସର୍ବାଧିକ ତାପମାତ୍ରା 41.4 ଡିଗ୍ରୀ ରେକର୍ଡ କରାଯାଇଛି ।

ଏପଟେ ରାଜଧାନୀ ଭୁବନେଶ୍ୱରରେ ଆଜି 11.30 ସୁଦ୍ଧା ତାପମାତ୍ରା 41.2 ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି । ଏହାଛଡ଼ା କେନ୍ଦୁଝରରେ ତାପମାତ୍ରା 40.6, ବାଲେଶ୍ବରରେ 40.1, ସମ୍ବଲପୁରରେ 40, ଚାନ୍ଦବାଲିରେ 39.6, ହୀରାକୁଦରେ 39 ଏବଂ ରାଉରକେଲାରେ 38.6, ଗୋପାଳପୁର ଓ ପୁରୀରେ 33.4, ପାରାଦୀପରେ ତାପମାତ୍ରା 33.5 ଡୀଗ୍ରି ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।












Click it and Unblock the Notifications