ରେକର୍ଡ ଭାଙ୍ଗିଲା ଲଘୁଚାପ ବର୍ଷା: ରାଜ୍ୟରେ ୮୭ ବର୍ଷର ସର୍ବକାଳୀନ ବର୍ଷା ରେକର୍ଡ଼
ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ତେବେ ରାଜ୍ୟରେ ୮୭ ବର୍ଷର ରେକର୍ଡ ଭାଙ୍ଗିଛି ଏହି ଲଘୁଚାପ ଜନିତ ବର୍ଷା । ଏହି ବର୍ଷା ହେଉଛି ଚଳିତ ମୌସୁମୀ ସିଜିନ୍ର ସବୁଠୁ ବଡ଼ ଲଘୁଚାପ।
ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ତେବେ ରାଜ୍ୟରେ ୮୭ ବର୍ଷର ରେକର୍ଡ ଭାଙ୍ଗିଛି ଏହି ଲଘୁଚାପ ଜନିତ ବର୍ଷା । ଏହି ବର୍ଷା ହେଉଛି ଚଳିତ ମୌସୁମୀ ସିଜିନ୍ର ସବୁଠୁ ବଡ଼ ଲଘୁଚାପ। ପୁରୀରେ ୮୭ ବର୍ଷ ଓ ଭୁବନେଶ୍ୱରରେ ୬୩ ବର୍ଷ ପରେ ୨୪ଘଂଟାରେ ସର୍ବକାଳୀନ ବର୍ଷା ରେକର୍ଡ଼ ହୋଇଛି ।

ପୁରୀ ଜିଲ୍ଲା କାକଟପୁରରେ ରେକର୍ଡ ୫୨୫ ମିମି ବର୍ଷା ହୋଇଛି। ୧୯୩୪ ସେପ୍ଟେମ୍ବର ୨୦ରେ ୨୩୪ମିମି ବର୍ଷା ହୋଇଥିଲା। ୮୭ ବର୍ଷ ପରେ ପୁଣି ସେପ୍ଟେମ୍ବର ମାସରେ ରେକର୍ଡ ଭାଙ୍ଗି ଅଧିକ ବର୍ଷା ହୋଇଛି ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ଉମାଶଙ୍କ ଦାସ।
କଟକ ଓ ଭୁବନେଶ୍ୱର ସହରବାସୀଙ୍କୁ ଆସନ୍ତା ୬ ଘଣ୍ଟା ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏଠାରେ ଘଣ୍ଟାକୁ ୨ରୁ ୩ ସେମି ପର୍ଯ୍ୟନ୍ତ ବର୍ଷା ହେବା ନେଇ ଆକଳନ କରାଯାଇଥିବାର ସୂଚନା ମିଳିଛି । ଟ୍ବିନ୍ ସିଟିର ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ ।












Click it and Unblock the Notifications