ବଢିବ ତାତି:ରାଜ୍ୟରେ ୨ରୁ ୩ ଡିଗ୍ରୀ ଯାଏଁ ବଢିବ ତାପମାତ୍ରା

ଭୁବନେଶ୍ୱର:ରାଜ୍ୟରେ ଆଉ ୨ ରୁ ୩ ଦିନ ପରେ ବଢିବ ତାତି । ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ବୃଦ୍ଧିପାଇ ପାରେ ତାପମାତ୍ରା । କିଛି କିଛି ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ମଧ୍ୟ ଛୁଇଁ ପାରେ । ଏହା ସହ ୧୧ ତାରିଖରୁ କାଳବୈଶାଖୀର ପ୍ରଭାବ ମଧ୍ୟ କମିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆଗାମୀ ୫ ଦିନ ଯାଏଁ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି । ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ, କୋରାପୁଟ ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ଘଡ଼ିଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।

weather_update

୯ ଏବଂ ୧୦ ତାରିଖ ଦିନ ମଧ୍ୟ କଳାହାଣ୍ତି, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, ଗଜପତି, ନବରଙ୍ଗପୁର, କେନ୍ଦୁଝର, ଏବଂ କୋରାପୁଟ ଆଦି ଜିଲ୍ଲାରେ ବିଜୁଳି ଘଡଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ମୟୂରଭଞ୍ଜ, ବାଲେଶ୍ୱର, କନ୍ଧମାଳ, ରାୟଗଡା, ବୌଦ୍ଧ, କଳାହାଣ୍ତି ଆଦି ଜିଲ୍ଲାର କିଛି କିଛି ଅଞ୍ଚଳରେ ଗତକାଲି କାଳବୈଶାଖୀ ପ୍ରଭାବରେ ବୁିଜୁଳି ଘଡଘଡ଼ି ସହ ବର୍ଷା, ପବନ ହୋଇଥିଲା । ସର୍ବାଧିକ ବର୍ଷା ରାୟଗଡାର କାଶୀପୁର ଏବଂ ବାଲିଗୁଡା ଠାରେ ରେକର୍ଡ କରାଯାଇଥିଲା ।

ସେହିପରି ୧୧ତାରିଖ ପରଠୁ ରାଜ୍ୟର ପାଣିପାଗ ବଦଳିବ । ତାତି ବଢିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଭୁବନେଶ୍ୱରର ପାଗ ମେଘୁଆ ରହିବ । ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ଏବଂ ସର୍ବାନିମ୍ନ ୨୫ ଡିଗ୍ରୀ ତାପମାତ୍ରା ରହିବା ନେଇ ସୂଚନା ରହିଛି । ଗତକାଲି ସର୍ବାଧିକ ୩୯.୪ ଡିଗ୍ରୀ ତାପମାତ୍ରା ଝାରସୁଗୁଡା, ରାଉରକେଲାରେ ଏବଂ ବାରିପଦାରେ ୩୯ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱର ଠାରେ ୩୭.୧ ଡିଗ୍ରୀ ଏବଂ କଟକରେ ୩୬.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+