Get Updates
Get notified of breaking news, exclusive insights, and must-see stories!

ଆଜିଠୁ ଆହୁରି ଜଳିବ, ଆଭ୍ୟନ୍ତରୀଣ ଓଡିଶାରେ ଅନୁଭୂତ ହେବ ଅସହ୍ୟ ଗରମ

ପାରଦ ୪୦ ଅତିକ୍ରମ କରିବା ସହ ଗରମ କ୍ରମାଗତ ବୃଦ୍ଧି ପାଇବ । ବଢ଼ିବ ତାପମାତ୍ରା। ନିର୍ଘାତ ଖରା ଛଟପଟ କରିବ । ତାତିର ଜ୍ୱାଳା ଅସହ୍ୟ ହେବ।

ଭୁବନେଶ୍ୱର: ଆଜିଠୁ ଜଳିବ ଆଭ୍ୟନ୍ତରୀଣ ଓଡ଼ିଶା । ପାରଦ ୪୦ ଅତିକ୍ରମ କରିବା ସହ ଗରମ କ୍ରମାଗତ ବୃଦ୍ଧି ପାଇବ । ବଢ଼ିବ ତାପମାତ୍ରା। ନିର୍ଘାତ ଖରା ଛଟପଟ କରିବ । ତାତିର ଜ୍ୱାଳା ଅସହ୍ୟ ହେବ।

ଟିଟିଲାଗଡ଼, ଅନୁଗୁଳ ଓ ମାଲକାନଗିରି ଭଳି ଦକ୍ଷିଣ ଆଭ୍ୟନ୍ତରୀଣ ଓ କେନ୍ଦ୍ରୀୟ ଓଡ଼ିଶାର କେତେକ ସ୍ଥାନରେ ଭୀଷଣ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ତାତି ଏପରି ଲାଗି ରହିବ । ଏହି ସମୟରେ ତାପମାତ୍ରା ୪୦ରୁ ୪୨ ଡିଗ୍ରି ମଧ୍ୟରେ ରହିବ । ଏନେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

Weather Forecast

ପ୍ରଫେସର ଶ୍ରୀ ପଶୁପାଳକ କହିଛନ୍ତି, ଭୁବନେଶ୍ୱର ସମେତ ସମସ୍ତ ଉପକୂଳ ଓ ଦକ୍ଷିଣ ଉପକୂଳ ସଂଲଗ୍ନ ଜିଲ୍ଲାରେ ୮ରୁ ୧୦ ତାରିଖ ଯାଏ ତାପମାତ୍ରା କମ୍‌ ରହିବ । ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୭ରୁ ୩୮ଡିଗ୍ରୀ ରହିବ । ଏଠାରେ ୧୧ରୁ ୧୪ ତାରିଖ ଯାଏ ତାତି ବଢିବ । ଏହି ସମୟ ଭିତରେ ତାପମାତ୍ରା ପାଖାପାଖି ୪୦ଡିଗ୍ରୀ ରହିବ । ୧୫ ତାରିଖରେ ପୁଣି ବଢି ୪୦ଡିଗ୍ରୀ ଟପିବ । ତେବେ ସାମୁଦ୍ରିକ ପବନର ଅସ୍ଥିରତା ଯୋଗୁ ତାତି ବଢିବା ହାର କ୍ୱଚିତ୍‌ ପରିବର୍ତ୍ତନ ହୋଇପାରେ ବୋଲି ସେ କହିଛନ୍ତି ।

ସେପଟେ ସମସ୍ତ ଆଭ୍ୟନ୍ତରୀଣ ଅଞ୍ଚଳରେ(ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ବୌଦ୍ଧ) ସୋମବାରଠାରୁ ତାତି କ୍ରମଶଃ ବଢିବ । ସୋମବାର ଓ ମଙ୍ଗଳବାର ଭିତରେ ଆଭ୍ୟନ୍ତରୀଣ ଦକ୍ଷିଣ ଓ କେନ୍ଦ୍ରୀୟ ଓଡିଶାର କିଛି ସ୍ଥାନ(ଟିଟିଲାଗଡ, ଅନୁଗୁଳ ଓ ମାଲକାନଗିରି)ରେ ସର୍ବାଧିକ ୪ ଡିଗ୍ରୀ ଅତିକ୍ରମ କରିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+