ରାଜ୍ୟରୁ ଫେରିଯିବ ଶୀତ
ରାଜ୍ୟରୁ ଖୁବଶୀଘ୍ର ଫେରିଯିବ ଶୀତ । ଧୀରେ ଧୀରେ ବଢୁଛି ଦିନ ଓ ରାତି ତାପମାତ୍ରା । ରାଜ୍ୟରେ ଗୁରୁବାର ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ଆଜି କୁହୁଡ଼ିର ପରିମାଣ କମିଛି ।

ଭୁବନେଶ୍ବର: ରାଜ୍ୟରୁ ଖୁବଶୀଘ୍ର ଫେରିଯିବ ଶୀତ । ଧୀରେ ଧୀରେ ବଢୁଛି ଦିନ ଓ ରାତି ତାପମାତ୍ରା । ରାଜ୍ୟରେ ଗୁରୁବାର ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ଆଜି କୁହୁଡ଼ିର ପରିମାଣ କମିଛି ।
ଗତକାଲି ରାତିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଘୁ. ଉଦୟଗିରିରେ ୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ୯ ଡିଗ୍ରି ରେକର୍ଡ ହୋଇଛି । ଏହି ତାପମାତ୍ରା ଆସନ୍ତା ୩ରୁ ୪ ଦିନରେ ଆହୁରି ବଢ଼ିବ ଓ ଶୀତ କମିବ। କଟକର ସର୍ବନିମ୍ନ ତାପମାତ୍ରା ୧୭.୮ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଭୁବନେଶ୍ବରର ରହିଥିଲା ୧୬.୬ ଡିଗ୍ରି ।
ଅନ୍ୟପଟେ ଗତ କିଛି ଦିନ ତଳେ ରାଜ୍ୟର ତାପମାତ୍ରା ଖୁବ୍ ଅଧିକ ରହିଥିବା ବେଳେ କୁହୁଡ଼ି କାରଣରୁ ବାୟୁମଣ୍ଡଳର ଆର୍ଦ୍ରତା ବଢ଼ିଛି ଓ ଦିନର ସର୍ବୋଚ୍ଚ ତାପମାତ୍ରା କିଛି ମାତ୍ରାରେ କମିଛି । ରାଜ୍ୟରେ ଦୁଇ ଦିନ କୁହୁଡ଼ି ପଡ଼ିବାର ସମ୍ଭାବନା ଥିବାରୁ ବାୟୁମଣ୍ଡଳ ଆର୍ଦ୍ର ରହିବ ଓ ତାପମାତ୍ରା କିଛି କମ୍ ରହିବ । ଆଜି ରାଜ୍ୟର କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ଅନୁଗୁଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବ। ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ଦିନର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରି ଭିତରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।












Click it and Unblock the Notifications