ଗୋଟିଏ ସମୟରେ ଦୁଇଟି ଲଘୁଚାପ, ଆହୁରି ଦୁଇ ଦିନ ବର୍ଷିବ

ଗୋଟିଏ ଲଘୁଚାପ ପୂର୍ବପଟେ ଥିବା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବାବେଳେ ଅନ୍ୟଟି ପଶ୍ଚିମରେ ଥିବା ଆରବ ସାଗରରେ ସୃଷ୍ଟି ହୋଇଛି । ଯାହା ପ୍ରଭାବରେ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ସହ ପୁଡୁଚେରୀ, କର୍ଣ୍ଣାଟକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଭୁବନେଶ୍ବର: ଚଳିତ ବର୍ଷ ରେକର୍ଡ ଟପିଲାଣି ଲଘୁଚାପ ସଂଖ୍ୟା । ଏବେ ଭାରତର ଦୁଇପଟେ ଦୁଇଟି ଲଘୁଚାପ ସୃଷ୍ଟି ହୋଇଛି । ଗୋଟିଏ ଲଘୁଚାପ ପୂର୍ବପଟେ ଥିବା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବାବେଳେ ଅନ୍ୟଟି ପଶ୍ଚିମରେ ଥିବା ଆରବ ସାଗରରେ ସୃଷ୍ଟି ହୋଇଛି । ଯାହା ପ୍ରଭାବରେ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ସହ ପୁଡୁଚେରୀ, କର୍ଣ୍ଣାଟକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

odisha weather update

ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ ଆଡ଼କୁ ଗତି କରି ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ରହିଛି । ଏହା କ୍ରମଶଃ ପଶ୍ଚିମକୁ ଗତି କରି ପଶ୍ଚିମ କେନ୍ଦ୍ରୀୟ ଓ ତତସଂଲଗ୍ନ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରର ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଓ ଉତ୍ତର ତାମିଲନାଡ଼ୁ ଉପକୂଳରେ ୧୮ ତାରିଖରେ ପହଞ୍ଚିବ । ଏହା ପ୍ରଭାବରେ କେବଳ ତାମିଲନାଡ଼ୁ, ଆନ୍ଧ୍ର ଓ କେରଳ ନୁହେଁ, ଓଡ଼ିଶାରେ ବି ବର୍ଷା ହେବ ।

ଅନ୍ୟପକ୍ଷରେ ଆରବ ସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଚିହ୍ନତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଏହାର ପ୍ରଭାବରରେ ୧୬ ଓ ୧୭ ନଭେମ୍ବରରେ ଉପକୂଳ କର୍ଣ୍ଣାଟକ, ଗୋଆ,କୋଙ୍କଣ, ମଧ୍ୟମହାରାଷ୍ଟ୍ରରେ ବର୍ଷା ହେବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ କହିଛି । ତେବେ ଆସନ୍ତା ୨୧,୨୨ ତାରିଖ ଆଡ଼କୁ ଦେଶରେ ବର୍ଷା ପରିମାଣ ହ୍ରାସ ପାଇବାର ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+