ଜାନୁଆରୀରୁ ଜଳିଲାଣି, ମାଘରେ ମାଡି ଆସିଲାଣି ତାତି: ରାଜଧାନୀରେ ୩୪ ଟପିଲା ତାପମାତ୍ରା, ଆଗକୁ କେତେ ?

ଜାନୁଆରୀରୁ ଜଳିଲାଣି । ମାଘରେ ମାଡି ଆସିଲାଣି ତାତି । ରାଜଧାନୀ ଭୁବନେଶ୍ୱରରେ ୩୪ ଟପିଲା ଦିନ ତାପମାତ୍ରା । ଆଗାକୁ ରାଜ୍ୟରେ କଲବଲ କରିବ ତାତି ।

ଭୁବନେଶ୍ୱର: ଜାନୁଆରୀରୁ ଜଳିଲାଣି । ମାଘରେ ମାଡି ଆସିଲାଣି ତାତି । ରାଜଧାନୀ ଭୁବନେଶ୍ୱରରେ ୩୪ ଟପିଲା ଦିନ ତାପମାତ୍ରା । ଆଗାକୁ ରାଜ୍ୟରେ କଲବଲ କରିବ ତାତି ।

Weather Report

ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହୁଛି । ଗତକାଲି ୩୪.୨ ଡିଗ୍ରୀ ସହ ଭୁବନେଶ୍ୱର ଉତ୍ତପ୍ତ ସହର ପାଲଟିଛି । ଏହା ପଛକୁ ୩୩ ଡିଗ୍ରୀ ସହ ଅନୁଗୁଳ ଏବଂ ବଲାଙ୍ଗୀର, ଝାରସୁଗୁଡା ରହିଛି ।

ରାଜ୍ୟକୁ ସାମୁଦ୍ରିକ ବାୟୁ ପ୍ରବେଶ କରିପାରୁନି । ଏଥିପାଇଁ ଦିନରେ ତାପମାତ୍ରା ଅଧିକ ରହୁଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାଶ କହିଛନ୍ତି। ବାୟୁମଣ୍ଡଳରେ ଜଳୀୟବାଷ୍ପ ମାତ୍ରା କମିଛି । ଏଥିପାଇଁ ତାପମାତ୍ରା ବଢ଼ିଯାଇଛି ବୋଲି ସେ କହିଛନ୍ତି । ଉତ୍ତର ଭାରତରେ ପଶ୍ଚିମା ଝଡ଼ ଅଧିକ ସକ୍ରିୟ ହୋଇ ଓଡ଼ିଶା ଉପରେ ପ୍ରଭାବ ପକାଇବ ବୋଲି ଆକଳନ ଥିଲା । କିନ୍ତୁ ଆକଳନ ମୁତାବକ ଏହା ସକ୍ରିୟ ହେଉନି । ଏଥିପାଇଁ ୨୯ରୁ ରାଜ୍ୟରେ ପାଗ ବଦଳିବା ସମ୍ଭାବନା କମ୍‌ ବୋଲି ସେ କହିଛନ୍ତି ।

ବିଭିନ୍ନ ସ୍ଥାନର ତାପମାତ୍ରା-

ଭୁବନେଶ୍ୱର: ୩୪. ୨ ଡିଗ୍ରୀ (+୪.୨)
ସମ୍ବଲପୁର: ୩୩.୯ ଡିଗ୍ରୀ (+୫.୫)
ବାଲେଶ୍ୱର: ୩୩.୮ ଡିଗ୍ରୀ (+୫.୬)
ଅନୁଗୁଳ: ୩୩.୭ ଡିଗ୍ରୀ (+୪.୮)
ବଲାଙ୍ଗୀର: ୩୩.୪ ଡିଗ୍ରୀ (+୪.୨)
ଝାରସୁଗୁଡା: ୩୩. ୨ ଡିଗ୍ରୀ (+୪.୮)
ଚାନ୍ଦବାଲି: ୩୨.୭ ଡିଗ୍ରୀ (+୪.୧)
ପାରାଦୀପ: ୩୧.୮ ଡିଗ୍ରୀ (+୪.୬)
ଫୁଲବାଣୀ: ୩୧.୭ ଡିଗ୍ରୀ (+୪.୦)
କେନ୍ଦୁଝର: ୩୧.୪ ଡିଗ୍ରୀ (+୪.୩)

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+