ବଢୁଛି ତାତି: ରାଜଧାନୀରେ ୩୭ ଟପିଲା ପାରଦ

ଶନିବାର ରାଜଧାନୀରେ ସର୍ବାଧିକ ତାପମାତ୍ରା ୩୭.୪ ଡିଗ୍ରୀ ରେକର୍ଡ଼ ହୋଇଛି । ଯାହା ସ୍ବାଭାବିକରୁ ଅଧିକ ।

Weather Report

ଭୁବନେଶ୍ବର: ଫେବୃଆରୀରୁ ଜଳିଲାଣି । ଆଗକୁ କେତେ ? ଫେବୃଆରୀ ଦ୍ବିତୀୟ ସପ୍ତାହରେ ଭୁବନେଶ୍ବରର ପାରଦ ୩୭ ଡିଗ୍ରୀ ଟପିଛି । ଶନିବାର ରାଜଧାନୀରେ ସର୍ବାଧିକ ତାପମାତ୍ରା ୩୭.୪ ଡିଗ୍ରୀ ରେକର୍ଡ଼ ହୋଇଛି । ଯାହା ସ୍ବାଭାବିକରୁ ଅଧିକ ।

ତେଣୁ ରାଜ୍ୟରେ ଫେବୃଆରୀରୁ ଯେଉଁଭଳି ଗ୍ରୀଷ୍ମ ଅନୁଭୂତ ହେଲାଣି ହୁଏତ ଏହା ପୂର୍ବବର୍ଷ ଗୁଡିକର ରେକର୍ଡ ଭାଙ୍ଗିବ। ଆଗକୁ ମାର୍ଚ୍ଚ, ଏପ୍ରିଲ ଏବଂ ମେ'ରେ ଗ୍ରୀଷ୍ମ ପ୍ରବାହ କିଭଳି ରହିବ ଏଥିରୁ ସ୍ପଷ୍ଟ ଅନୁମେୟ କରାଯାଉଛି ।

ନଜର ପକାନ୍ତୁ, ଗତ କିଛି ବର୍ଷର ଫେବୃଆରୀ ମାସରେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା-

୨୧ ଫେବୃଆରୀ ୨୦୧୬: ୪୦.୯ ଡ଼ିଗ୍ରୀ
୧୨ ଫେବୃଆରୀ ୨୦୧୭: ୩୭.୦ ଡ଼ିଗ୍ରୀ
୩ ଫେବୃଆରୀ ୨୦୧୮: ୩୮.୨ ଡ଼ିଗ୍ରୀ
୨୩ ଫେବୃଆରୀ ୨୦୧୯: ୩୯.୪ ଡ଼ିଗ୍ରୀ
୧୯ ଫେବୃଆରୀ ୨୦୨୦: ୩୩.୮ ଡ଼ିଗ୍ରୀ
୨୭ ଫେବୃଆରୀ ୨୦୨୧: ୪୦.୬ ଡ଼ିଗ୍ରୀ
୨୮ ଫେବୃଆରୀ ୨୦୨୨: ୩୪.୫ ଡ଼ିଗ୍ରୀ

ସେହିପରି ଗତକାଲି ରାଜ୍ୟର ୮ ସହରରେ ଦିନ ତାପମାତ୍ରା ୩୬ ଡିଗ୍ରୀ ଅତିକ୍ରମ କରିଛି । ସୁବର୍ଣ୍ଣପୁରରେ ତାପମାତ୍ରା ୩୬.୭ ଡିଗ୍ରୀ, ମାଲକାନଗିରି, ଝାରସୁଗୁଡା ଏବଂ ଟିଟିଲାଗଡ଼ରେ ୩୬ ଡିଗ୍ରୀ ଲେଖାଏଁ, ବଲାଙ୍ଗୀରରେ ୩୬.୨ଡିଗ୍ରୀ, ଭବାନୀପାଟଣା ୩୬.୫ଡିଗ୍ରୀ, ତାଳଚେର ୩୬.୬ଡିଗ୍ରୀ, ଅନୁଗୋଳ ୩୬.୧ ଡିଗ୍ରୀ ରହିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନ ଥିବାବେଳେ ପରବର୍ତ୍ତୀ ସମୟରେ ୩ ଦିନ ପର୍ଯ୍ୟନ୍ତ ୨ ରୁ ୩ ଡିଗ୍ରୀ ପାରଦ ନିମ୍ନଗାମୀ ହେବାର ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+