ଆସନ୍ତା ୨୪ ଘଣ୍ଟା ଯାଏଁ ଆହୁରି ବର୍ଷିବ: ୧୧ ଜିଲ୍ଲାକୁ ରେଡ୍ ଓ ୧୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
୧୧ ଜିଲ୍ଲାକୁ ରେଡ୍ ଓ ୧୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ସୋନପୁର, ବରଗଡ଼, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲା ଲାଗି ରେଡ୍ ୱାର୍ଣ୍ଣିଂ କରାଯାଇଛି ।
ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତି ବର୍ଷା । ଅବବାତରେ ପରିଣତ ହୋଇଛି ଲଘୁଚାପ । ଗତ ୩ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ବେଗ ୧୦ କିମି ବେଗର ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ଆଜି ଦିନ ୧୦.୩୦ ରୁ ୧୧.୩୦ ମଧ୍ୟରେ ଦିଘା ନିକଟରେ ଉପକୂଳ ଅତିକ୍ରମ କରିଛି ଅବପାତ । ଏହା ବର୍ତ୍ତମାନ ବାଲେଶ୍ୱର ଠାରୁ ପୂର୍ବ-ଉତ୍ତର-ପୂର୍ବ ଦିଗରେ ୭୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ତେବେ ଏହାର ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ମୂଷଳଧାରାରେ ବର୍ଷା ହୋଇପାରେ । ଏଥିପାଇଁ ୧୧ ଜିଲ୍ଲାକୁ ରେଡ୍ ଓ ୧୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ସୋନପୁର, ବରଗଡ଼, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲା ଲାଗି ରେଡ୍ ୱାର୍ଣ୍ଣିଂ କରାଯାଇଛି । ସେହିପରି ଭଦ୍ରକ, ବାଲେଶ୍ୱର, କଟକ, କେନ୍ଦ୍ରାପଡ଼ା, ପୁରୀ ଆଦି ଜିଲ୍ଲା ଲାଗି ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଅବପାତ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ରେଡ ଏବଂ ୧୯ ଜିଲ୍ଲା କୁ ଅରେଞ୍ଜ ଚେତାବନୀ ଜାରି pic.twitter.com/DlihkjJOSh
— Meteorological Centre, Bhubaneswar (@mcbbsr) August 14, 2022
ସୂଚନାଥାଉ କି, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୧ଟି ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଥିବା ବେଳେ ୭୩ ଟି ସ୍ଥାନରେ ପ୍ରବଳ ବର୍ଷା ରେକଡ କରାଯାଇଛି । ଅତି ପ୍ରବଳ ବର୍ଷା ହୋଇଥିବା ୨୧ଟି ସ୍ଥାନରେ ୧୧୫ ଦଶମିକ ୬ ମିଲିମିଟରରୁ ୨୦୪ ଦଶମିକ୍ ୪ ମିଲିମିଟର ବର୍ଷା ହୋଇଛି । ସେହିପରି ପ୍ରବଳ ବର୍ଷା ହୋଇଥିବା ୭୩ ଟି ସ୍ଥାନରେ ୬୪ ଦଶମିକ୍ ୫ ମିଲିମିଟରରୁ ୧୧୫ ଦଶମିକ୍ ୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।
#Warning for Day-1,Day-2,Day-4 & Day-5
— Meteorological Centre, Bhubaneswar (@mcbbsr) August 14, 2022
Day-3: No Warning pic.twitter.com/57thkJJN7g
ଏରସମାରେ ସର୍ବାଧିକ ବର୍ଷା ୨୧୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସୁନ୍ଦରଗଡ଼ ହେମଗିରିରେ ୨୧୦.୪ ମିଲିମିଟର, ପୁରୀ ଅସ୍ତରଙ୍ଗରେ ୧୬୮ ମିଲିମିଟର ଓ ପୁରୀ ସହରରେ ୯୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି ସମ୍ବଲପୁରରେ ୧୪୬, ହୀରାକୁଦରେ ୧୦୭.୬, ଗଜପତି ଜିଲ୍ଲା ଆର୍ ଉଦୟଗିରିରେ ୧୦୪ ମିଲିମିଟର ବର୍ଷା ରେକର୍ଡ ହୋଇଛି ।












Click it and Unblock the Notifications