ଆହୁରି 5 ଦିନ ଯାଏ ଥରିବ ସାରା ରାଜ୍ୟ
ଏଭଳି ପାଗ ଆହୁରି ୫ ଦିନ ରହିବ ବୋଲି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଉତ୍ତର, ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ବାୟୁ ପ୍ରବାହ ପାଇଁ ଓଡ଼ିଶାରେ ଗତ ସପ୍ତାହରୁ ଥଣ୍ଡା ଜାରି ରହିଛି ।
ଭୁବନେଶ୍ୱର: ରାଜ୍ୟରେ ଏବେ ଜାରି ରହିଛି ଶୀତର ଲହରୀ । ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡିରେ ଅସ୍ତବ୍ୟସ୍ତ ଜନଜୀବନ । କଟକଠୁ କୋରାପୁଟ ସବୁଠି ଜାଡ । ତେବେ ଏଭଳି ପାଗ ଆହୁରି ୫ ଦିନ ରହିବ ବୋଲି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଉତ୍ତର, ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ବାୟୁ ପ୍ରବାହ ପାଇଁ ଓଡ଼ିଶାରେ ଗତ ସପ୍ତାହରୁ ଥଣ୍ଡା ଜାରି ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଡିଗ୍ରୀ ତଳେ ରାଜ୍ୟର ୨୪ଟି ସହରର ତାପମାତ୍ରା । ଏମିତିକି ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ରାଜଧାନୀ ଭୁବେନଶ୍ୱର ଏବଂ କଟକରେ ତାପମାତ୍ରା ୧୨ଡିଗ୍ରୀ ମଧ୍ୟରେ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଖସିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ବୌଦ୍ଧରେ ଘନ କୁହୁଡ଼ି ଦେଖାଦେଇଥିବା ବେଳେ ମୟୂରଭଞ୍ଜ, କନ୍ଧମାଳ, କୋରାପୁଟ, ମାଲକାନଗିରି ଏବଂ ନୟାଗଡ଼ରେ ମଧ୍ୟମଧରଣର କୁହୁଡ଼ି ଦେଖା ଦେଇଥିଲା । ଆସନ୍ତା କାଲି ମଧ୍ୟ ନୟାଗଡ, କୋରାପୁଟ, ରାୟଗଡ଼ା, ବୌଦ୍ଧ, ସୋନପୁର, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ ଓ କଟକରେ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ସତର୍କ କରାଇଛି ପାଣିପାଗ କେନ୍ଦ୍ର ।












Click it and Unblock the Notifications