୩ ଜିଲ୍ଲାକୁ ହିଟ୍ ୱେଭ୍
୩ ଜିଲ୍ଲାକୁ ହିଟ୍ ୱେଭ୍ ଜାରି। ଏନେଇ ପାଣିପାଗ ବିଭାଗ ସତର୍କ କରିଛି। ଗ୍ରୀଷ୍ମ ପ୍ରବାହ ନେଇ ୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଭୁବନେଶ୍ୱର: ୩ ଜିଲ୍ଲାକୁ ହିଟ୍ ୱେଭ୍ ଜାରି। ଏନେଇ ପାଣିପାଗ ବିଭାଗ ସତର୍କ କରିଛି। ଗ୍ରୀଷ୍ମ ପ୍ରବାହ ନେଇ ୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ନୟାଗଡ଼, କଟକ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ସୋମବାର ସକାଳ ସାଢ଼େ ୮ଟା ଯାଏଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ଆସନ୍ତା ୨୪ ଘଣ୍ଟାରେ ତାପମାତ୍ରା ସ୍ୱାଭାବିକ ଠାରୁ ୩ ରୁ ୫ଡିଗ୍ରୀ ସେଲସିୟସ ବୃଦ୍ଧି ହେବ। ସେହିପରି ଗତ ୨୪ ଘଣ୍ଟାରେ ରାଜଧାନୀ ଭୁବନେଶ୍ଵର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା। ଆସନ୍ତା ୩ ଦିନ ଯାଏ ରାଜଧାନୀ ତାପମାତ୍ରା ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏଥିସହ ମଧ୍ୟାହ୍ନରେ ଶିଶୁ, ବୟସ୍କ ଓ ରୋଗୀଙ୍କୁ ଘରୁ ନ ବାହାରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ୩ ଦିନ ପରେ ରାଜ୍ୟରେ ପୁଣି ପାଗରେ ପରିବର୍ତ୍ତନ ହେବ।
ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାକୁ ସାମୁଦ୍ରିକ ପବନର ପ୍ରବାହ ବୃଦ୍ଧି ହେବ। ଫଳରେ ତାପମାତ୍ରା କମିବା ସହ ଓଡ଼ିଶାର ଅଧିକାଂଶ ସ୍ଥାନରେ କାଳବେଶାଖୀବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି ।












Click it and Unblock the Notifications