ପାଣିପାଗ ଖବର : ୭୨ ଘଣ୍ଟାରେ ଲଘୁଚାପ, ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ
ଭୁବନେଶ୍ୱର : ୭୨ ଘଣ୍ଟାରେ ଲଘୁଚାପ । ଆଗାମୀ ୭୨ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି ।
ଆଜି ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ମିଆଁମାର ଉପକୂଳସ୍ଥ ବାୟୁମଣ୍ଡଳରେ ୩.୧ ରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଗାମୀ ୭୨ ଘଣ୍ଟା ମଧ୍ୟରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।
୧୨ ତାରିଖରେ ହେବାକୁ ଥିବା ଲଘୁଚାପ ବଳୟ ଯୋଗୁଁ ବର୍ଷା ବଢିବ । ୧୩ରେ ଏହା ଲଘୁଚାପରେ ପରିଣତ ହେବ । ୧୩ ଓ ୧୪ ଦୁଇଦିନ ରାଜ୍ୟର ଅନେକ ସ୍ଥାନରେ ମଧ୍ୟମ ଧରଣ ବର୍ଷା ହେବ ।

ଆଗାମୀ ୧୦ ଦିନରେ ରାଜ୍ୟରେ ଦୁଇ ଦୁଇଟି ଲଘୁଚାପ ହେବାର ସମ୍ଭାବନା ରହିଛି । ୧୨ ଓ ୧୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ତେଣୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଆଜି ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ମିଆଁମାର ଉପକୂଳସ୍ଥ ବାୟୁମଣ୍ଡଳରେ ୩.୧ ରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଗାମୀ ୭୨ ଘଣ୍ଟା ମଧ୍ୟରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।
ଉତ୍ତର ବଙ୍ଗୋପସାଗରରେ ପୂର୍ବରୁ ସୃଷ୍ଟି ହୋଇଥିବା ଲଘୁଚାପ ମଧ୍ୟପ୍ରଦେଶ ଓ ପୂର୍ବ ମହାରାଷ୍ଟ୍ରରେ ରହିଛି । ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି ଏହାର ବାହ୍ୟ ବଳୟ । ଏହାର ପ୍ରଭାବରେ ୧୧ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପ ବର୍ଷା ହେବ ।

Click it and Unblock the Notifications