୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ: ବିଭିନ୍ନ ସ୍ଥାନରେ ହେବ ପ୍ରବଳ ବର୍ଷା

Weather Report: ରାଜ୍ୟରେ ସକ୍ରିୟ ଲଘୁଚାପ , ଜାରି ରହିଛି ବର୍ଷା । ବିଜୁଳି, ଘଡ଼ଘଡି ସହ ବର୍ଷା ନେଇ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଗାମୀ ୩ ଘଣ୍ଟା ପାଇଁ ପାଣି ପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ରାୟଗଡ଼ା, କଟକ, ଖୋର୍ଦ୍ଧା, ନୟଗଡ଼ା, କେନ୍ଦ୍ରପଡ଼ା, ଜଗତସିଂହପୁର, ପୁରୀ, ଗଜପତି ଏବଂ ଗଞ୍ଜାମ ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟରେ କିଛି କିଛି ଜିଲ୍ଲାରେ ଆସନ୍ତା ୩ ତାରିଖ ଯାଏଁ ବର୍ଷା ଜାରି ରହି ପାରେ ବୋଲି ପାଣିବାପାଗ ବିଭାଗ ପକ୍ଷରୁ ସୂତନା ଜାରି କରାଯାଇଛି ।

Weather Report

ସେପଟେ ବର୍ଷାକୁ ଦେଖି ବିଏମସି ପକ୍ଷରୁ ସୂତନ୍ତ୍ର ପ୍ରସ୍ତୁତି କରାଯାଇଛି । ସମସ୍ତ କର୍ମତାରୀଙ୍କ ଛୁଟି ବାତିଲ କରାଯିବା ସହ ୨୪ଟି ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବାର ନିଷ୍ପତ୍ତି ନିାଯାଇଛି । ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ ସକ୍ରିୟ ରହି ଆସନ୍ତା ୨୪ ଘଣ୍ଟାରେ ଉତ୍ତର-ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ରହିବ ।

ସେହିପରି ଆଜି ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆଭ୍ୟନ୍ତରୀଣ ଓଡ଼ିଶାର ୧୧ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । ବଲାଙ୍ଗୀର, ବରଗଡ଼, ସୁବର୍ଣ୍ଣପୁର, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ଅନୁଗୁଳ, ଦେବଗଡ଼, ଢେଙ୍ଗାନାଳ ଏବଂ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୁର୍ବାନୁମାନ କରାଯାଇଥିବା ନେଇ ସୂଚନା ରହିଛି ।

ଜୁନ୍ ୧ରୁ ଗତକାଲି ଭିତରେ ରାଜ୍ୟରେ ସର୍ବମୋଟ ୧୧୦୫.୪ ମିମି ବର୍ଷା ହୋଇଯାଇଛି । ଯାହାକି ଏହି ସମୟ ଅବଧି ମଧ୍ୟରେ ହେଉଥିବା ସ୍ୱାଭାବିକଠୁ ୩% କମ୍ । ଏହି ସମୟ ମଧ୍ୟରେ ରାଜ୍ୟର ଝାରସୁଗୁଡ଼ା ଓ ବୌଦ୍ଧରେ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ନବରଙ୍ଗପୁର, କେନ୍ଦ୍ରାପଡ଼ା ଓ ପୁରୀରେ ନିଅଣ୍ଟିଆ ବର୍ଷା ହୋଇଯାଇଛି । ସେହିପରି ରାଜ୍ୟର ଅନ୍ୟ ୨୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+