For Quick Alerts
Turn On Notification  
For Daily Alerts
Oneindia App Download

ଉପକୂଳ ଓଡିଶାକୁ ସାମାନ୍ୟ ଆଶ୍ବସ୍ଥି, ଆହୁରି ୨ ଦିନ ଜଳିବ ଆଭ୍ୟନ୍ତରୀଣ ଓଡ଼ିଶା

ସାମୁଦ୍ରିକ ପବନ ପ୍ରବାହରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ତାତି ପ୍ରକୋପ ବଢ଼ିବାର ସମ୍ଭାବନା ନାହିଁ । ତେଣୁ ଖରାରୁ ତ୍ରାହି ମିଳିବ । କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାର ୯ଟି ଜିଲ୍ଲାରେ ତାତି ଦୁଇ ଦିନ ଯାଏଁ ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିପାରେ ।

|

ଭୁବନେଶ୍ୱର: ଉପକୂଳ ଓଡ଼ିଶାରେ କମିଛି ତାତି । ସାମୁଦ୍ରିକ ପବନ ପ୍ରବାହରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ତାତି ପ୍ରକୋପ ବଢ଼ିବାର ସମ୍ଭାବନା ନାହିଁ । ତେଣୁ ଖରାରୁ ତ୍ରାହି ମିଳିବ । କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାର ୯ଟି ଜିଲ୍ଲାରେ ତାତି ଦୁଇ ଦିନ ଯାଏଁ ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିପାରେ ।

temperature today

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ବଢ଼ିବ ନାହିଁ । ଅପରପକ୍ଷରେ ବର୍ଷା କିମ୍ବା ମେଘୁଆ ପାଗ ଯୋଗୁ କେତେକ ସ୍ଥାନରେ ସାମୟିକ ଭାବେ ତାପମାତ୍ରା କମିପାରେ । ବୁଧବାର ରାଜ୍ୟକୁ ବଙ୍ଗୋପସାଗରୀୟ ପବନ ଉପକୂଳ ଅଞ୍ଚଳରେ ବହୁଥିଲା । ଗୁରୁବାରଠାରୁ କ୍ରମଶଃ ସାମୁଦ୍ରିକ ପବନ ଉତ୍ତର ଆନ୍ଧ୍ର ଉପକୂଳ ସହିତ ଓଡ଼ିଶା ଉପକୂଳ ଓ ସଂଲଗ୍ନ ଅଞ୍ଚଳ, ଗଜପତି, ରାୟଗଡ଼ା ଏବଂ ଆଭ୍ୟନ୍ତରୀଣ ଗଞ୍ଜାମରେ ପ୍ରବାହିତ ହେବ । ରାଜ୍ୟର ବାକି ଅଞ୍ଚଳରେ ମଧ୍ୟ ପଶ୍ଚିମା ଗରମ ପବନ ସିଧା ବହିବ ନାହିଁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
weather report: heat wave continue for 2 days in inter part of odisha
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X